ଅବସରପ୍ରାପ୍ତ ଅଧିକାରୀଙ୍କ ବିୟୋଗ

ଖଇରା/ ବାଲେଶ୍ୱର, ୯/୧/୨୦୧୮ (ଓଡିଆ ପୁଅ/ ନରେନ୍ଦ୍ର ପ୍ରସାଦ ବେହେରା) – ଖଇରା ବ୍ଲକ ଅର୍ଜୁନପୁର ଗ୍ରାମର ଅବସରପ୍ରାପ୍ତ ମୃର୍ତ୍ତିକା ସଂରକ୍ଷଣ ଅଧିକାରୀ ବାବାଜୀ ଚରଣ ଦାସଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ସ୍ୱର୍ଗତ ଦାସ ବାରିପଦାର କରଞ୍ଜିଆ, କେନ୍ଦୁଝର, ସୁନ୍ଦରଗଡ ସମେତ ବିଭିନ୍ନ ସ୍ଥାନରେ ମୃର୍ତ୍ତିକା ସଂରକ୍ଷଣ ଅଧିକାରୀ ଭାବେ କାର୍ଯ୍ୟକରିବା ସହିତ କୋରାପୁଟ ଜିଲ୍ଲାରୁ ଅବସର ନେଇଥିଲେ। ସେ କିଛି ଦିନ ଧରି ମଧୁମୟ ରୋଗରେ ପିଡିତ ଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କ ଅର୍ଜୁନପୁର ସ୍ଥିତ ବାସଭବନରେ ମୃତ୍ୟୁ ଘଟିଥିଲା। ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଥିଲା ବେଳେ କୁପାରୀ ଆଚଂଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର କର୍ମକର୍ତ୍ତା ମାନେ ଶୋକ ସନ୍ତକ୍ତ ପରିବାର ବର୍ଗଙ୍କୁ ସମ୍ବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *