Home ଜିଲ୍ଲା ପରିକ୍ରମା ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଅବସରକାଳୀନ ସମ୍ବର୍ଦ୍ଧନା ସଭା

43

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ଡେମୋନ୍‌ଷ୍ଟ୍ରେଟର ବିଷ୍ଣୁ ମୋହନ ସମାଲଙ୍କ ଅବସର ଅବକାଶରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଓଡ଼ିଆ ବିଭାଗର ମୁଖ୍ୟ ଡ. ଅଭୟ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ତୀର୍ଥବାସୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାମଲଙ୍କୁ ମାନପତ୍ର ଓ ଉପଢୌକନ ସହିତ ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପିକା ଅନନ୍ୟା ଅସ୍ମିତା, ଅନୀତା ଦଳେଇ, ଅଧ୍ୟାପକ ମନୋଜ ସାହୁ, ଭବେଶ ସ୍ୱାଇଁ, ଅଶୋକ ନାୟକ ପ୍ରମୁଖ ତାଙ୍କ ବକ୍ତବ୍ୟରେ ବିଷ୍ଣୁ ମୋହନଙ୍କ ସହିତ ଅତିବାହିତ ସମୟର ରୋମନ୍ଥନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରତୀ ଜେନା, ଜ୍ୟୋତ୍ସ୍ନା ଲେଙ୍କା, ଶୁଭଶ୍ରୀ ରାୟ ପ୍ରମୁଖ ଅଧ୍ୟାପିକା ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା ଅନିତାରାଣି ବାରିକ, ସଂଘମିତ୍ରା ଦାସ. ଗୀତାଞ୍ଜଳି ସାହୁ, ପ୍ରିୟଦର୍ଶିନୀ ସାହୁ, ଅଧ୍ୟାପକ ରାଜେଶ ପାହାରୀ, ଜଗନ ଟୁଡୁ, ବରିଷ୍ଠ କିରାଣୀ ସନ୍ତୋଷ ମହାପାତ୍ର, କୈଳାସ ବେହେରା, ପ୍ରଫୁଲ୍ଲ ରାଉତ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିବା ସହିତ ସଭା ପରିଚାଳନାରେ ସହଯୋଗ କରିଥିଲେ । ଶ୍ରୀ ସାମଲଙ୍କ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତର ଅତ୍ୟନ୍ତ ଭାବଗର୍ଭକ ଓ ପରିବେଶକୁ ଶୋକାର୍ତ୍ତ କରିଥିଲା । ଶେଷରେ ଅଧ୍ୟାପିକା ଭାଗ୍ୟଲକ୍ଷ୍ମୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.