ଓଡ଼ିଶା

ଅବଢା ଯୋଜନାରୁ ୪୦କୋଟି, ନିର୍ମାଣ ହେବ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ନିର୍ମାଣ ପାଇଁ ବଢା ଯୋଜନାରୁ ଖର୍ଚ୍ଚ ହେବ ୪୦କୋଟି ଟଭ୍କା। ତାଳବଣିଆ ଇନ୍ଡୋର ଷ୍ଟାଡିୟମ୍ ଏବଂ ସମଙ୍ଗରେ ଗ୍ୟାଲେରୀ ସମେତ ଆଉଟ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବ। ବୁଧବାର ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସ୍ଥାନ ଚିହ୍ନଟ ନେଇ ଚୂଡାନ୍ତ ନିଷ୍ପତି ହୋଇପାରିନାହିଁ। ତାଳବଣିଆରେ ଇନ୍ଡୋର ଷ୍ଟାଡିୟମ ପାଇଁ ଭାରତୀୟ କ୍ରୀଡା ପ୍ରାରଧୀକରଣ ୭କୋଟି ୫ ଲକ୍ଷ ଟଙ୍କା ମଂଜୁର କରିଛି। ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରିବାକୁ ବସିଥିବା ବେଳେ ରାଜ୍ୟ କ୍ରୀଡା ବିଭାଗ ଜିଲ୍ଲାପ୍ରଶାସନ ଅଜ୍ଞାତରେ ଅନ୍ୟ ଏକ ସଂସ୍ଥାକୁ କାର୍ଯ୍ୟାଦେଶ ଦେଇଛନ୍ତି। ଷ୍ଟାଡିୟମ ନିର୍ମାଣରେ ସଂପୃକ୍ତ ସଂସ୍ଥାରେ ଅଭିଜ୍ଞତା ଏବଂ ପାରିଦର୍ଶିତା ନଥିବା ଜଣାଇ ନିଷ୍ପତି ପରିବର୍ତ୍ତନ ପାଇଁ ବୁଧବାର ବୈଠକରେ ଆଲୋଚାନା ହୋଇଛି। ତାଳବଣି ଆରେ ବିଜୁ ପଟ୍ଟନାୟକ ଇନ୍ଦୋର ଷ୍ଟାଡିୟମ ରହିଛି। ତାଠାରୁ ମାତ୍ର ୧୦୦ ମିଟର ଦୂରରେ ଆଉ ଏକ ଇନ୍ଦୋର ଷ୍ଟାଡିୟମ ପାଇଁ କେନ୍ଦ୍ର ସରକାର ଅର୍ଥ ମଂଜୁର କରିଛନ୍ତି। ତେଣୁ ଆଉଟହୋର ଷ୍ଟାଡିୟମ ପାଇଁ ଅବଢା ଯୋଜନାରୁ ୪୦ କୋଟି ଦେବାକୁ ରାଜ୍ୟ ସରକାର ପ୍ରତିଶୃତି ଦେଇଛନ୍ତି। ଏଥିପାଇ ଁଜିଲ୍ଲା କ୍ରୀଡା ବିଭାଗ ପାଖରେ ମାତ୍ର ୧୨ ଏକର ଜମି ଥିବାରୁ ପୁରୀ ବାହାରେ ବଡଧରଣର ଷ୍ଟାଡିୟମ ନିର୍ମାଣ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି। ଜଳଯୋଗାଣ ପ୍ରକଳ୍ପ ପାଇଁ ସମଙ୍ଗ ମୈାଜାରେ ଅଧିଗୃହୀତ ହୋଇଥିବା ୨୫ ଏକର ଜମି ବଳକା ଥିବାରୁ ସେଠାରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ନିମନ୍ତେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ପ୍ରସ୍ତାବ ଦେଇଛନ୍ତି। ସହରର ଅଭିଜ୍ଞ କ୍ରୀଡାବିତ୍ଙ୍କ ସହ ଆଲୋଚନା ପରେ ଏଥିନେଇ ଚୂଡାନ୍ତ ନିଷ୍ପତି ଗ୍ରହଣ କରାଯିବ ବୋଲି ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରକାଶ କରିଛନ୍ତି। ପୁରୀ ବାହାରେ ଯଦି ଆଉଟ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବ ତେବେ ଏଥିପାଇଁ ତାଳବଣିଅରେ ସଂରକ୍ଷିତ ଥିବା ଜମିରେ ଆଉ ଏକ ଇନଡୋର ଷ୍ଟାଡିୟମ କରାଯିବ ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି। ପୁରୀରେ ଯେପରି ବଡଧରଣର କ୍ରୀକେଟ ମ୍ୟାଚ ଭବିଷ୍ୟତରେ ହେଇପାରିବ ତାହାକୁ ଦୃଷ୍ଟିରେ ରକ୍ଷି ଅନ୍ୟୁନ୍ୟ ୨୫ରୁ ୩୦ ଏକର ଜମିରେ ଷ୍ଟାଡିୟମ ନିର୍ମାଣ ପାଇଁ ବୈଠକରେ ଆଲୋଚନା ହୋଇଛି। ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ପୂର୍ତ୍ତନିର୍ବାହୀ ଯନ୍ତ୍ରୀ ନିରୋଜ କୁମାର ଦାଶ, ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସଂପାଦକ ରବିଶଙ୍କର ପ୍ରତିହାରୀ ଏବଂ ପୂର୍ବତନ କ୍ରୀଡା ଅଧିକାରୀ ରବିନ୍ଦ୍ର ସେନାପତି ବୈଠକରେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top