ଜିଲ୍ଲା ପରିକ୍ରମା

ଅବକ୍ଷୟମୁଖୀ ବିଶୃଙ୍ଖଳିତ ସମାଜରେ ସୁଧାର ଆଣିଥାଏ ନାଟକ: ଭଦ୍ରକ ନାଟକ ମହୋତ୍ସବ-୨୦୧୮ ଉଦ୍ୟାପିତ

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) :ଅଧିକାଂଶ ଯାତ୍ରାନାଟକ, ଚଳଚ୍ଚିତ୍ର ତଥା ଧାରାବାହିକ ବ୍ୟବସାୟଧର୍ମୀ ହୋଇଥିଲା ବେଳେ ମଞ୍ଚନାଟକ ଅବକ୍ଷୟମୁଖୀ ବିଶୃଙ୍ଖଳିତ ସମାଜକୁ ସୁଧାରିବାକୁ ପ୍ରୟାସ କରିଥାଏ ବୋଲି ପୁଣ୍ୟ ଉତ୍କଳ, ଭୁବନେଶ୍ୱର ଓ ଝରା ବଉଳ ନାଟ୍ୟ ପରିଷଦ, ଭଦ୍ରକର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଭଦ୍ରକ ନାଟକ ମହୋତ୍ସବ-୨୦୦୧୮ ଉଦ୍ୟାପନୀ ସଂଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକ ନାଟକ ମହୋତ୍ସବର ସଭାପତି ରବି ନାରାୟଣ ଖିଲାରଙ୍କ ପୌରୋହିତ୍ୟରେ ତଥା ଅଧ୍ୟାପକ ନୀହାର ରଞ୍ଜନ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍ୟାପନୀ ସଂଧ୍ୟାରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପୁଣ୍ୟ ଉତ୍କଳ, ଭୁବନେଶ୍ୱରର ସଭାପତି ମନୋରଞ୍ଜନ ମହାପାତ୍ର ମୁଖ୍ୟବକ୍ତା, ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ‘ତ୍ୟାଗଭୂମି’ର ସଭାପତି ଅଜୟ କୁମାର ନାୟକ, ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ସାହିତ୍ୟିକ ଇଂ ବିମ୍ବାଧର ବ୍ରହ୍ମ, କବି ଓ ସାମ୍ବାଦିକ ଡ. ହରିହର ନାୟକ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମହୋତ୍ସବର ଆବାହକ ନାଟ୍ୟଶ୍ରୀ ନିର୍ମଳ ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ, ଉପସଭାପତି ରାମନାରାୟଣ ମହାନ୍ତି ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ କବୟିତ୍ରୀ ମନୋରମା ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମନୋରଞ୍ଜନ ମହାପାତ୍ର, ବିଭୂତି ଭୂଷଣ କର, ସମାଜସେବୀ ଅଶୋକ କୁମାର ମହାନ୍ତି, ଅଭିନେତା ସଂଜିବ କୁମାର ନାୟକ, ଶଶାଙ୍କ ଶେଖର ପଣ୍ଡା, ସାହିତ୍ୟିକ ଅଭିନେତା ସଦାନନ୍ଦ ସାହୁ, ବାବୁଲାଲ ଦାସ, ସାମାଜିକ କର୍ମୀ ରାଜଲକ୍ଷ୍ମୀ ମହାପାତ୍ର, ଆଡ୍ଭୋକେଟ ଅଶୋକ କୁମାର ଦାସ, ପ୍ରଧାନ ଶିକ୍ଷକ ଗିରୀଶ ବିହାରୀ ମିଶ୍ର, ଜୟନ୍ତୀ କରଶର୍ମା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଡ୍ଭୋକେଟ ଅଂଜୁବାଳା ରାଉତ, ସଂଯୁକ୍ତା ମହାନ୍ତି, ମନୋରମା ରାୟ ମାନପତ୍ର ପାଠ କରିଥିଲେ। ‘ଉତ୍ସର୍ଗ’ ସଂଗଠନ ସଭାପତି ଅପୂର୍ବ ରଞ୍ଜନ ବେହେରା ସମ୍ବର୍ଦ୍ଧନା ସଭା ପରିଚାଳନା କରିଥିଲେ। ଅଧ୍ୟାପକ ମାଧବ ଚନ୍ଦ୍ର ଜେନା, ଜ୍ଞାନେନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଅମରେନ୍ଦ୍ର ବିଶ୍ୱାଳ, କବି ମୁକ୍ତାକାନ୍ତ ମଲ୍ଲିକ ଓ ଶିକ୍ଷକ ତଥା ଅଭିନେତା ଧର୍ମେନ୍ଦ୍ର ଦାସ ସଭା ପରିଚାଳନା କରିଥିଲେ। ସଭା ଶେଷରେ ବେଦବ୍ୟାସ ଥିଏଟର, ଭୁବନେଶ୍ୱରର କଳାକାରଙ୍କ ଦ୍ୱାରା ଦିଲେଶ୍ୱର ମହାରଣା ରଚିତ ତଥା ବିଜୟ ପଟ୍ଟନାୟକ ନିର୍ଦ୍ଦେଶିତ ନାଟକ ‘ପ୍ରଳୟ ଅବଶ୍ୟମ୍ଭାବୀ’ ପରିବେଷଣ ହୋଇଥିଲା। ଚାରିଦିନ ଧରି ଚାଲିଥିବା ଏହି ଉତ୍ସବକୁ ଭଦ୍ରକ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ପୂର୍ବତନ ବିଧାୟକ, ନରେନ ପଲେଇ ଓ ବିଷ୍ଣୁ ସେଠୀ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ ପ୍ରମୁଖ ବିଭିନ୍ନ ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ସାଫଲ୍ୟ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top