ad
ଓଡ଼ିଶା

ଅବକାରୀ ସ୍କ୍ୱାର୍ଡ଼ର ଚଢାଉ ୨ଲକ୍ଷଟଙ୍କାର ଭାଙ୍ଗ ଜବତ ୨ଗିରଫ

ପୁରୀ, ୧୨/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କଟକ ଅବକାରୀ ଫ୍ଲାଇଙ୍ଗଂ ସ୍କ୍ୱାର୍ଡ଼ର ଚଢାଉ।୨ଲକ୍ଷ ଟଙ୍କାର ଭାଙ୍ଗ ଜବତ ୪ ଗିରଫ। ଗିରଫ ଅଭିଯୁକ୍ତ ହେଲେ ଲୋକନାଥ ରୋଡ଼ର ମହେଶ୍ୱର ମହାନ୍ତି, ନରେନ୍ଦ୍ରକୋଣର ଭଗବାନ ହଳିଆ, ସୁଦର୍ଶନ ସାହୁ ଏବଂ ବିରଞ୍ଚି ପୃଷ୍ଟି। ମହେଶ୍ୱରଙ୍କ ଠାରୁ ଅବକାରୀ ପୁଲିସ ୧୬ବସ୍ତା ଅର୍ଥାତ ୪୪୩ କିଲୋଗ୍ରାମ ଭାଙ୍ଗ ଜବତ କରିଥିବା ବେଳେ ଅନ୍ୟ ୩ଜଣଙ୍କ ଠାରୁ ୧୭କିଲୋଗ୍ରାମ ଭାଙ୍ଗ ଜବତ କରିଛି। ମହେଶ୍ୱର ଛଇତନାରେ ଭାଙ୍ଗ ବ୍ୟବସାୟ କରୁଥିବା ଡ଼େପୁଟି ସୁପରିଟେଣ୍ଡେଂଟ ପ୍ରଦୀପ କୁମାର ଦାସ, ଇନିସିପେକ୍ଟର ଶରତଚନ୍ଦ୍ର ଭଂଜ, ପ୍ରମୋଦ ପଣ୍ଡା, ଅବକାରୀ ସହ ନିରୀକ୍ଷକ କମଳ ଲୋଚନ ପାଇକରାୟ, କାଳନ୍ଦୀ ବେହେରା ପ୍ରମୁଖ ମଙ୍ଗଳବାର ପ୍ରତ୍ୟୁଷରୁ ଛଇତନାରେ ଚଢାଉ କରି ଭାଙ୍ଗ ଜବତ କରିବା ସହ ମହେଶ୍ୱରକୁ ନରେନ୍ଦ୍ରକୋଣରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ଭାଙ୍ଗର ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ପୁଲିସ କହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top