ଓଡ଼ିଶା

ଅବକାରୀ ମହିଳା ଏସ୍.ଆଇଙ୍କୁ ଅସଦାଚରଣ: ଜଣେ ଗିରଫ

ପୁରୁଷୋତ୍ତମପୁର, ୧୪/୩ (ଓଡ଼ିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ଥାନା ଅନ୍ତର୍ଗତ ବାଘଳା ଗ୍ରାମର ବଳରାମ ସେଠି(୪୨)ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ପୁରୁଷୋତ୍ତମ ପୁର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚଢ଼ାଉ କରିବାପାଇଁ ମଙ୍ଗଳବାର ରାତ୍ର ୯ ଘଣ୍ଟା ସମୟରେ ଯାଉଥିବା ସମୟରେ ବଳରାମ ମହିଳା ଏସ୍.ଆଇ ନିଳିମା ଜୟନ୍ତୀ ସ୍ବାଇଁ ଙ୍କୁ ଅସଦାଚରଣ କରିଥିଲେ।ଏହା ନେଇ ଆଜି ଥାନା କେସ ୫୬/୧୮ରେ ମାମଲା ରୁଜୁ ହୋଇଛି।୩୪୧, ୨୯୪, ୩୨୩, ୩୩୨, ୩୫୩, ୩୫୪ଓ ୫୦୬ ଭାରତୀୟ ପିଙ୍ଗଳ କୋଡ ରେ ମାମଲା ରୁଜୁ ହୋଇଥିବା ତଦନ୍ତ ଅଧିକାରୀ ପଦ୍ମନାଭ ଗଉଡ ସୂଚନା ଦେଇଛନ୍ତି। କିନ୍ତୁ ବଳରାମ ର ଭାଇ ପାଲଟା ଅଭିଯୋଗ କରିଥିଲେ ମଧ୍ୟ ତାହା ପଞ୍ଜିକରଣ ହୋଇନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top