ଅବକାରୀ ବିଭାଗର ଚଢାଉ : ୨ କେଜି ଗଂଜେଇ ଜବତ

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବ୍ଲକ୍ ପାଳସାହିରୁ ଆଜି ଭୋର ୫ ଟା ସମୟରେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ କେଜିରୁ ଉର୍ଦ୍ଧ୍ୱ ଗଂଜେଇ ଜବତ କରାଯିବା ସହ ଏହି କାରବାରରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଗିରଫ ହୋଇଥିବା ନିରଂଜନ ନାୟକଙ୍କ ଘର ପାଳସାହି ହୋଇଥିବାବେଳେ ତାଙ୍କର ଏକ ଦୋକାନ ବେତାଳି ଗାଁ ବଜାରରେ ରହିଛି। ସେଠାରେ ସେ ଚୋରାରେ ଗଂଜେଇ ବିକୁଥିବା ବିଷୟ ଅବକାରୀ ବିଭାଗ ଜାଣିବାକୁ ପାଇଥିଲେ। ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ପୁରୁଷୋତ୍ତମ ଧାରୁଆଙ୍କ ନେତୃତ୍ୱରେ ଇନ୍ସିପେକ୍ଟର ସୁବଳ କୁମାର ମହାନ୍ତି, ବାସନ୍ତୀପ୍ରଭା ନାୟକ, ସବ୍ଇନ୍ସିପେକ୍ଟର ସ୍ପନ୍ଦନ ମହାନ୍ତି, କର୍ମଚାରୀ ଭବେଶ ଦାସ, ସିବୁ ଚରଣ ସାହୁ ପ୍ରମୁଖ ଚଢାଉରେ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *