ଅବକାରୀ ବିଭାଗର ଚଢ଼ାଉ ୩୦ ଲିଟର ମହୁଲି ମଦ ଜବତ ୪ ଗିରଫ

ତୁରୁମୁଙ୍ଗା ୧୨-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) ପାଟଣା ଅବକାରୀ ବିଭାଗ ଦ୍ଵାରା ତୁରୁମୁଙ୍ଗା ଥାନା ଅଞ୍ଚଳରେ ବିଭିନ୍ନ ଗ୍ରାମରେ ଚଢ଼ାଉ କରି ୩୦ ଲିଟର ମହୁଲି ମଦ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ସେମାନେ ହେଲେ ଖିରେଇ ଟାଙ୍ଗିରି ଗ୍ରାମର ନିତ୍ୟାନନ୍ଦ ମଣ୍ଡଳ (୫୮) କଣ୍ଟିଆପଡା ଗ୍ରାମର ସୁରେନ୍ଦ୍ର ବେହେରା(୨୪) ଶ୍ୟାମ ବେହେରା (୫୮) ଓ ଭାନୁମତି ବେହେରା (୪୫)ଏହି ଚଢ଼ାଉରେ ପାଟଣା ଅବକାରୀ ଅଧିକାରୀ ନରେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *