ଅବକାରୀ ବିଭାଗର ଚଢ଼ାଉ ୨୫ ଲିଟର ମହୁଲି ମଦ ଜବତ ୩ ଗିରଫ

ତୁରୁମୁଙ୍ଗା ୨୦-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଦ୍ଵାରା ତୁରୁମୁଙ୍ଗା ଥାନା ଅଞ୍ଚଳରେ ବିଭିନ୍ନ ଗ୍ରାମରେ ଚଢ଼ାଉ କରି ୨୫ଲିଟର ମହୁଲି ମଦ ଜବତ କରି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଖିରେଇଟାଙ୍ଗିରି ଗ୍ରାମର ନିତ୍ୟାନନ୍ଦ ମଣ୍ଡଳ (୫୮)ଙ୍କ ଠାରୁ ୧୧ ଲିଟର କଣ୍ଟିଆପଡା ଗ୍ରାମର ସୁରେନ୍ଦ୍ର ବେହେରା (୨୪) ଙ୍କ ଠାରୁ ୯ ଲିଟର ଓ ଭାନୁମତି ବେହେରା (୪୫)ଙ୍କ ଠାରୁ ୫ ଲିଟର ମହୁଲି ମଦ ଜବତ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାଟଣା ଅବକାରୀ ଅଧିକାରୀ ନରେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *