ଜିଲ୍ଲା ପରିକ୍ରମା

ଅବକାରୀ ତଲାସି ଆଳରେ ନିର୍ଯ୍ୟାତନା ଅଭିଯୋଗ, ଅବକାରୀ ଆରକ୍ଷୀ ଅଧିକ୍ଷକଙ୍କ ନାମରେ କୋର୍ଟରେ ମାମଲା

ବୌଦ୍ଧ, ୧୦ା୦୫ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ପୁରୁଣାକଟକ ଥାନାର ବାଣିଭୁଷଣପୁର ଗା୍ରମପଞ୍ଚାୟତ ଅର୍ନଗତ ବାହାଲ ଗା୍ରମର ହରିଜନ ଯୁବକ ହରିହର ସିଂ ଓ ତିଲକୁପ ଗା୍ରମର ଆଦିବାସୀ ମୋହନ କଅଁର ଙ୍କ ବାସଭବନରେ ଗତ ୪ ତାରିଖରେ ଅବକାରୀ ତଲାସି ଆଳରେ ବୌଦ୍ଧ ଅବକାରୀ ଆରକ୍ଷୀ ଅଧିକ୍ଷକ ଶାନ୍ତନୁ ନାୟକ , ଅବକାରୀ ଏ.ଏସଆଇ ବ୍ରହ୍ମାନନ୍ଦ ଭୋଇ, କନେଷ୍ଠବଳ ଜୟନ୍ତ ପ୍ରଧାନ ଜୋର ଜବରଦସ୍ତ ଉଭୟଙ୍କ ବାସଭବନରେ ସନ୍ଧ୍ୟା ସମୟରେ ବେଆଇନ ଭାବେ ତଲାସି କରିଥିଲେ । କିନ୍ତୁ ଉଭୟଙ୍କୁ ତଲାସି ଆଳରେ ମାଡ ମାରିବା ସଙ୍ଗେ ସଙ୍ଗେ ଘରର ଆସବାବ ପତ୍ର ଫୋପଡା ଫୋପଡି କରିବା ସହ ନିର୍ଯ୍ୟାତନା ଦେଇଥିଲେ । ଉଭୟ ହରିଜନ ଓ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ଅବକାରୀ ଅଧିକାରୀ ମାନଙ୍କ ବିରୁଦ୍ଦରେ ନ୍ୟାୟ ପାଇଁ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି । ଶ୍ରୀ ସିଂ ଓ ଶ୍ରୀ କଅଁର ତପସିଲଭୁକ୍ତ ଜାତି ଓ ଉପଜାତିଙ୍କୁ ଅତ୍ୟାଚାର ନିରାକରଣ ଆଇନରେ ବୌଦ୍ଧ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜଙ୍କ ଅଦାଲତରେ ୱାନସିସି କେସ ନଂ ୩/୧୮ ଓ ୪/୧୮ ରେ ଦୁଇଗୋଟି ମାମଲା ଦାୟର କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top