ଜିଲ୍ଲା ପରିକ୍ରମା

ଅବକାରୀ ଚଢାଉ ୩ ଗିରଫ

ଖଇରା,୧୬/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ଜିଲ୍ଲା ଅବକାରୀ ଅଧିକ୍ଷକ ବିବେକାନନ୍ଦ ନାୟକଙ୍କ ନିଦେ୍ର୍ଦଶ କ୍ରମେ କାର୍ଯ୍ୟାଳୟର ଅବକାରୀ ନିରୀକ୍ଷକ କରୁଣା ଶଙ୍କର ତିୱାରିଙ୍କ ତତ୍ୱାବଧାନରେ ସୋର ଓ ଜିଲ୍ଲା ମୋବାଇଲ ବାଲେଶ୍ୱର ଜିଲ୍ଲା ଖଇରା ଓ ସିମୁଳିଆ ଅଂଚଳରେ ଚଢାଉକରି ଅନିଲ କୁମାର ପରିଡାଙ୍କ ଠାରୁ ୬ ଲିଟର ମହୁଲି ମଦ,ପୁରସ୍ତମପୁର ଓରଫ ଖଇରାର ବାବୁଲି ସାହୁଙ୍କଠାରୁ ୧୫ ଲିଟର ମହୁଲି ମଦ ଓ ରପେୟା ଗ୍ରାମର ସୁବାଷ ମହାନ୍ତିଙ୍କଠାରୁ ୩.୯୬୦ଲିଟର ବିଦେଶୀ ମଦ ଜବଦ କରି ସେମାନଙ୍କ ବିରୋଧରେ କେସ ନମ୍ବର ୭୦/୧୮-୧୯,୮୬ ଏବଂ ୮୭/୨୦୧୮-୧୯ରେ କେସ ରୁଜୁକରି କୋର୍ଟ ଚାଲାଣ କରାଯାଇଅଛି । ଏଥିସହିତ ଖଇରାର ବିଭିନ୍ନ ଢାବା,ହୋଟେଲରେ ଦେଶୀ ଓ ବିଦେଶୀ ମଦ ବହୁଳ ମାତ୍ରାରେ ବିକ୍ରି ଚାଲିଛି । ଖଇରା ବଜାର ମଝିରେ ଦିଲ୍ଲୀପ ମୁଖି ଖୋଲାଖୋଲି ଦେଶିବିଦେଶି ମହୁଲି ମଦ ବିକ୍ରି କରୁଥିଲେ ମଧ୍ୟ କୌଣସି ଦିନ ଚଢାଉରେ ଶିକାର ନହେବା ବଡଦୁଃଖ ଓ ପରିତାପର ବିଷୟ ହୋଇଛି । ତୁରନ୍ତ ଦିଲ୍ଲୀପ ମୁଖିର ବିକ୍ରୀ ଓ ତହସିଲ ରାସ୍ତାରେ ଏକ ଭଡାଘରେ ଷ୍ଟକ ରୋମକରି ରଖିଥିବା ଦେଶିବିଦେଶି ମହୁଲିମଦକୁ ଚଢାଉକରି ଧରିବାପାଇଁ ସାଧାରଣରେ ଦାବି ହେଉଛି । ଆଜିକାର ଏହି ଚଢାଉରେ ଏସଆଇ କେଶବ ଚନ୍ଦ୍ର ଦାସ,କୁଳମଣି ମାହାନା,ଏଏସଆଇ ଭାସ୍କର ଚନ୍ଦ୍ର ବେହେରା,ଚନ୍ଦନ ମୋହନ ସେଠୀ,ଅବକାରୀ କନେଷ୍ଟବଳ ସେକ୍ କାଲିମ,ଅଞ୍ଜନ ଜେନା,ପ୍ରହଲ୍ଲାଦ ବିଶ୍ୱାଳ,ଦେବାଶିସ ମଲ୍ଲିକ,ପିଙ୍କି ମାରାଣ୍ଡି ପ୍ରମୁଖ ସାମିଲ ଥିଲେ । ସେପରି ଖଇରା ଥାନାର ଏସଆଇ ଶ୍ୟାମସୁନ୍ଦର ବିନ୍ଧାଣୀ ଓ ଥାନା କର୍ମଚାରୀ ଙ୍କ ସହିତ ଅପରାହ୍ନରେ ଧୋବାଗଡିଆ ରାଣୀତାଲ ରାସ୍ତା ପାଣିଛତ୍ର ଗ୍ରାମର ଭଗବାନ ନାୟକ (୪୫) ପିତା ବାବାଜି ନାୟକ ବେନିୟମ ଭାବରେ ଘରେ ବିକ୍ରୀ କରୁଥିବାର ବିଶେଷ ସୁତ୍ରରୁ ଖବର ପାଇ ଚଢାଉକରି ଗ୍ରାମବାସୀଙ୍କ ଉପସ୍ଥିତରେ ୬୦ ଲିଟର ଦେଶି ମହୁଲି ମଦକୁ ଜବଦ କରିବା ସଂଗେ ସଂଗେ ଗିରଫ କରି ଥାନାକୁ ଆଣିଛନ୍ତି । ଶ୍ରୀ ନାୟକ ନାମରେ ୨୨୭/୨୦୧୮ ଅଣ୍ଡର ସେକ୍ସନ-୫୨(କ) ଓଡିଶା ଅବକାରି ଆଇନ୍ ୨୦୦୮ରୁଲ ଅନୁଯାଇ କେସ ରୁଜୁ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top