ଓଡ଼ିଶା

ଅବକାରୀ ଚଢାଉ; ତିନି ମହିଳାଙ୍କ ସମେତ ୫ଗିରଫ ଓ ୪୦୦ ଲିଟର ପୋଚ ନଷ୍ଟ

କୋରାପୁଟ ; ତା୩୦-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲାପାଳ କେ .ସୁଦର୍ଶନ ଚକ୍ରବର୍ତି ଓ ଅବକାରୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରା ଯାଇ ତିନିଜଣ ମହିଳାଙ୍କ ସମେତ ୫ଜଣ ଚୋରାମଦ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୬୬ଲିଟର ରନ୍ଧାମଦ ଓ ୧୦ଲିଟର ସଲପ ତାଡି ଜବତ କରାଯାଇଥିବା ବେଳେ ୪୦୦ ଲିଟର ପୋଚ ନଷ୍ଟ କରାଯାଇଥିଲା ବୋଲି ଜଣାପଡିଛି। କୋରାପୁଟ ଅବକାରୀ ଉପ-ଅଧୀକ୍ଷକ ଦଣ୍ଡପାଣି ବେହେରା ଓ ଇନସପେକ୍ଟର ମଦନ ମୋହନ ଧାଙ୍କଡା ମାଝିଙ୍କ ନେତୃତ୍ୱରେ ଶନିବାର ନନ୍ଦପୁର ବ୍ଲକର ଭୋଇଗୁଡା ଓ ଲୋହାବା ଗ୍ରାମରେ ଚଢାଉ କରା ଯାଇଥିଲା। ଲୋହାବାରେ ଚଢାଉ କରି ଭାନୁ ବିଷୋୟୀ ଓ ସୀତା ଗନ୍ତାୟତ ନାମକ ଦୁଇ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୮ଲିଟର ହାତରନ୍ଧା ମହୁଲି ମଦ ଜବତ କରିଥିଲେ। ସେହିପରି ଭୋଇଗୁଡାରେ ଚଢାଉ କରି ଅବକାରୀ ଟିମ୍ ଶଶି ନାୟକ ନାମ୍ନୀ ମହିଳାଙ୍କ ସମେତ ଜଗା ଭୋଇ ଓ ଚିତ ବଡନାୟକକୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୨୮ଲିଟର ମଦ ଓ ୧୦ ଲିଟର ସଲପ ଜବତ କରିଥିଲା। ଏହା ବ୍ୟତୀତ ବାଇଗୁଡା ନାଳରେ ୪୦୦ ଲିଟର ପୋଚ ଜବତ କରି ନଷ୍ଟ କରାଯାଇଥିବା ଜଣାପଡିଛି। ସବ-ଇନସପେକ୍ଟର ବିବେକାନନ୍ଦ ପେରାଇ, ଏନ.ଏନ.ଚୌଧରୀ, ସୋମନାଥ ବାଗ୍ଙ୍କ ସହ କୋରାପୁଟ, ନନ୍ଦପୁର ଓ ପଟ୍ଟାଙ୍ଗିର ଅବକାରୀ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top