ଅପହରଣ ପରେ ହତ୍ୟା କଲେ ମାଓବାଦୀ: ମୃତ ଦେହ ନିକଟରେ ଛାଡ଼ିଗଲେ ମାଓ ପୋଷ୍ଟର

ବାଲିଗୁଡ଼ା/ଫୁଲବାଣୀ ୧୮-୧୦ (ଓଡ଼ିଆ ପୁଅ/ଅଶୋକ ମହାନ୍ତି) :କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡସ୍ଥ କୋଟଗଡ଼ ବ୍ଲକର ଦୁର୍ଗାପାଙ୍ଗା ଠାରେ ବାସଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟିର ମାଓବାଦୀ ମାନେ ଗତ ରବିବାର ବିଳମ୍ବିତ ରାତ୍ରୀରେ ଦୁର୍ଗାପାଙ୍ଗା ଗ୍ରାମ ଓଡ଼ିଆ ସାହିର ଗାଁ ସାଥି ବସନ୍ତ ଭାଟ୍ଟ(୩୮)ଙ୍କୁ ନିଜ ଘରେ ଶୋଇଥିବା ବେଳେ ପ୍ରାୟ ୨୫ ରୁ ୩୦ ଜଣ ମାଓବାଦୀ ତାଙ୍କ ଘରକୁ ଆସି କବାଟ ଭାଙ୍ଗି ବସନ୍ତ ଭାଟ୍ଟକୁ ଉଠାଇ ନେଇଯାଇଥିବା ଘଟଣା ସାରା ଅଂଚଳରେ ଚହଳ ପଡ଼ିଯାଇଥିଲା। ଏଥି ସହ ଦୁର୍ଗାପାଙ୍ଗା ଫରେଷ୍ଟ ଚେକ୍ ଗେଟ୍ ଠାରୁ ଆରମ୍ଭ କରି ବିଦ୍ୟାଳୟ, ହନୁମାନ ମଣ୍ଡପ, ରାସ୍ତା କଡ଼ ଗଛ ଆଦି ସ୍ଥାନରେ ବିଜିଏନ୍ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳଥିଲା। ଦୁର୍ଗାପାଙ୍ଗା ଠାରୁ ଏକ କିଲୋମିଟର ଦୂର ସାତନାଳିଆ ନାଳ ଠାରେ ବସନ୍ତ ଭାଟ୍ଟଙ୍କୁ ମାଓବାଦୀ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ମଙ୍ଗଳବାରଦିନ ସକାଳୁ ସାତନାଳିଆ ନାଳ ଠାରେ ବସନ୍ତର ମୃତ ଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତ ଦେହ ନିକଟରେ ମାଓ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା ଏବଂ ଲୋକଙ୍କ ଗରୀବି, ଅଭାବି, ବେରୋଜଗାରୀ ଓ ନିରକ୍ଷରତାର ଫ୍ଧବଦା ନେଇ ଳାଳସା ଭୟ ଦେଖାଇ ପୋଲିସ ଖବର ଦାତା ତିଆରି କରି ସେମାନଙ୍କୁ ମରଣ ମୁହଂକୁ ଠେଲି ଦେଉଥିବା ପୋଲିସ ଅଫିସର ମାନଙ୍କୁ ବିରଧ କରିବାକୁ ଆହ୍ୱାନ ଦିଆଯାଇଛି ଫୋଷ୍ଟର ମାଧ୍ୟମରେ ଏବଂ ଏହା ପରେ ସଚେତନ ହୁଅନ୍ତୁ ବୋଲି ଏଲେଖ ରହିଛି ମୃତ ଦେହ ନିକଟରେ ପଡ଼ିଥିବା ପୋଷ୍ଟରରେ। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରର କ୍ଷତିପୂରଣ ଓ ଥଇଥାନ ଦାବିରେ ରାୟଗଡ଼ା ବାଲିଗୁଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଥିବା ବେଳେ ଖବର ଲେଖାହେବା ସୁଦ୍ଧା ଘଟଣା ସ୍ଥଳରେ ପୋଲିସ୍ ପହଁଚି ନଥିବା ଜଣାପଡ଼ିଥିଲା। ହତ୍ୟା ପରେ ପରିବାର ଲୋକେ ମୁହଁ ଖୋଲିଛନ୍ତି। ମୃତ ବସନ୍ତଙ୍କ ସ୍ତ୍ରୀ ଏବଂ ବାପା ରାଜାରାମ ଭାଟ୍ଟ କହିଛନ୍ତି ଯେ, ଗତ ରବିବାର ମଧ୍ୟ ରାତ୍ରୀରେ ପ୍ରାୟ ୨୫ ରୁ ୩୦ ଜଣ ମାଓବାଦୀ ତାଙ୍କ ଘରେ ପହଂଚିବା ସହ ଟାଙ୍ଗିଆ ସାହାଯ୍ୟରେ କବାଟକୁ ଭାଙ୍ଗି ଘରୁ ବସନ୍ତ ଭାଟ୍ଟଙ୍କୁ ଉଠାଇ ନେଇଯାଇଥିଲେ। ଏବଂ ଆଜି ତାକୁ ଗୁଳିକରି ହତ୍ୟା କରି ନାଳରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି। ମୃତକଙ୍କ ୬, ୫ ଓ ୨ବର୍ଷର ତିନୋଟି ଝିଅ ଥିବା ବେଳେ ସ୍ତ୍ରୀ ନମିତା ବର୍ତମାନ ଗର୍ଭବତି ଥିବା ଜଣାପଡ଼ିଛି। ବାପା ଓ ମା’ ସମେତ ପୁରା ପରିବାର ଏବେ ଅସହାୟ ହୋଇପଡ଼ିଛନ୍ତି।

ବର୍ତମାନ ଦୁର୍ଗାପାଙ୍ଗାର ଗାଁ ସାଥି ବସନ୍ତ ଭାଟ୍ଟ ହତ୍ୟା ଘଟଣା ପରେ ସମଗ୍ର ଅଂଚଳ ବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପଚାରିଲେ ଲୋକେ ମୁହଁ ଖୋଲିବାକୁ ଭୟ କରୁଛନ୍ତି। ଗୋଟିଏ ପରେ ଗୋଟିଏ ଘଟଣା ଘଟିବା ବର୍ତମାନ କନ୍ଧମାଳ ପୋଲିସ ପାଇଁ ଚ୍ୟାଲେଞ ଷ୍ ୃଷ୍ଟି କରିଛି। ଆଗାମୀ ଦିନରେ ମାଓ ଦମନକୁ ନେଇ ପୋଲିସର ରଣ ନିତି କଣ ରହିବ ଏବଂ ଜନସାଧାରଣଙ୍କୁ କିପରି ସୁରକ୍ଷା ଯୋଗାଇବ ତାହା ଦେଖିବାକୁ ଅପେକ୍ଷା।

Leave a Reply

Your email address will not be published. Required fields are marked *