ଅପହରଣ ଓ ହତ୍ୟା ଘଟଣାର ପର୍ଦାଫାସ, ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

ଖଡିଆଳ/ନୂଆପଡା-୦୪.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ସହର କପଡା ବ୍ୟବସାୟୀ କୈଲାସ ଅଗ୍ରୱାଳଙ୍କ ପୁଅ ବୈଭବ ଅଗ୍ରୱାଳଙ୍କ ବହୁ ଚର୍ଚ୍ଚିତ ଅପହରଣ ହତ୍ୟା ଘଟଣାର ପର୍ଦାଫାସ ହୋଇଅଛି। ଆଜି ଖଡିଆଳ ଥାନା ପରିସର ମଧ୍ୟରେ ନୂଆପଡା ଏସପି ସ୍ମିଥ.ପି.ପରମାର ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣାର ସତ୍ୟାସତ୍ୟ ଉପରେ ଆଲୋକପାତ କରିଛନ୍ତି। ବୈଭବଙ୍କ ଅପହରଣ ହତ୍ୟା ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି ଅଭିଧୁକ୍ତଙ୍କୁ କୋର୍ଟ ଚଳାଣ କରାଯିବା ବୋଲି ଏସପି. ସୂଚନା ଦେଇଛନ୍ତି। ଗତ ମାର୍ଚ୍ଚ ୩୦ ତାରିଖ ଦିନ ଅଭିଯୁକ୍ତ ମନୋରଂଜନ ସରାଫ ଅପରାହ୍ନ ୧ ଟା ୪୫ ମିନିଟରେ ଫୋନ କରି ଡାକିଥିବା ବେଳେ ଅନ୍ୟ ଜଣେ ନାବାଳକ ଅପରାଧି ରାହୁଲ କୁମାର ମିଶି ଖଡିଆଳ ନିକଟସ୍ଥ ରାଣୀପୁର ଗ୍ରାମ ବୁଦ୍ଧିଆ ଡଙ୍ଗରକୁ ଯାଇଥିଲେ। ବୈଭବ ମନୋରଂଜନ ଠାରୁ ମାତ୍ର ୭ ହଜାର ଟଙ୍କା ଧାର ନେଇଥିବା ବେଳେ ଏହି ସାତ ହଜାର ଟଙ୍କା ଫେରସ୍ତ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ଦୁଇ ଜଣଙ୍କ ମଧ୍ୟରେ ଧସ୍ତା ଧୁସ୍ତି ହୋଇ ଅଭିଯୁକ୍ତ ବୈଭବକୁ ଗୋଟିଏ ଚାପୁଡା ମାରିଥିବା ବେଳେ ବୈଭବ ଜଙ୍ଗଳର ଏକ ଗାତ ଭିତରକୁ ଖସିପଡି ସେଠାରେ ଅଚେତ ହୋଇଥିବା ପ୍ରକାଶ କରିଛନ୍ତି। ସେଠାରେ ଅଭିଯୁକ୍ତ ଚିତ୍କାର କରିବା ପରେ ଅନ୍ୟ ଏକ ନାବାଳକ ଅଭିଯୁକ୍ତ ଘଟଣାସ୍ଥଳକୁ ପହଂଚି ଉଭୟ ଭୟରେ ଡରିଯାଇଥିଲେ। ସାକ୍ଷକୁ ଲୁକାଇବା ଭାବି ନିକଟସ୍ଥ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣି ବୈଭବକୁ ଜଲାଇ ଦେଇଥିବା ଅଭିଯୁକ୍ତ ସ୍ୱୀକାର କରିଛନ୍ତି। ଖଡିଆଳ ପୋଲିସ ଏହି ଘଟଣା ଗୋଟିଏ ମୋବାଇଲ ଫୋନ, ପ୍ଳାଷ୍ଟକ ବୋତଲ ପେଟ୍ରୋଲ ଅଣିବାରେ ବ୍ୟବହାର ହୋଇଥିବା ବୋତଲ, ଧଲା ରଙ୍ଗର ହୋଣ୍ଡା ଏକଟିଭା କୁ ପୋଲିସ ଜବତ କରିଛନ୍ତି। ମୃତ ଶରୀରକୁ ଡିଏନଏ ପରୀକ୍ଷା ପାଇଁ ପଠାଇଥିବା ବେଳେ ବୁର୍ଲାରେ ଶରୀରକୁ ବ୍ୟବଚ୍ଛେଦ କରିଥିବା ଏସପି ପରମାର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *