ଅପହରଣର ଛଅ ଦିନ ପରେ ନାବାଳିକା ଛାତ୍ରୀକୁ ଉଦ୍ଧାର କଲା ପୋଲିସ, ମୁଖ୍ୟ ଅଭିଯୁକ୍ତ ଫେରାର

ବୌଦ୍ଧ, ୨୪ା୧୦ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଡାଇମେନସନ ପବ୍ଳିକ ସ୍ମୁଲରୁ ଗତ ବୁଧବାର ଦିନ ଜଣେ ୪ବର୍ଷର ଛାତ୍ରୀ ନାନସି ପାତ୍ରଙ୍କୁ ଅପହରଣ କରାଯାଇଥିଲା । ଏନେଇ ନାନସିଙ୍କ ପରିବାର ପକ୍ଷରୁ ବୌଦ୍ଧଥାନାରେ ଅଭିଯୋଗ କରାଯିବାପରେ ପୋଲିସ ଅପହୃତା ଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ତତ୍ପର ହେବା ସହିତ ୬ ଦିନ ପରେ ଛାତ୍ରୀଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ହୋଇଥିଲା । ସ୍ୱଛଭାରତ ଯୋଜନାରେ ପାଇଖାନା ନିର୍ମାଣର ପାରିଶ୍ରମିକ ପ୍ରଦାନକୁ ନେଇ ବିବାଦରୁ ନାନସିକୁ ଶ୍ରମିକମାନେ ଅପହରଣ କରିନେଇଥିବା ଅଭିଯୋଗ କରାଯାଇଥିଲା । ତେବେ ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଅପହୃତା ନାନସିକୁ ଝାରଖଣ୍ଡ ପୋଲିସ ସହାୟତାରେ ବୌଦ୍ଧ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି । ସବ୍ ଇନସପେକ୍ଟର ଲିସାରାଣୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଝାରଖଣ୍ଡ ଯାଇ ମୋବାଇଲ ଟ୍ରାକିଂ କରି ବିଭିନ୍ନ ସ୍ଥାନରେ ରେଡ କରିବାପରେ ନାନସିକୁ ଅପହରଣକାରୀଙ୍କ ନିକଟରୁ ଉଦ୍ଧାର କରିବାରେ ସଫଳ ହୋଇଥିବା ଜଣାଯାଇଛି । ନାନସିକୁ ନେଇ ଉଦ୍ଧାରକାରୀ ପୋଲିସ ଟିମ୍ ବୌଦ୍ଧରେ ପହଂଚି ନଥିବାବେଳେ ଓ ଅପହରଣକାରୀ ତଥା ମୁଖ୍ୟ ଅଭିଯୁକ୍ତ ଫାରୁଖ ସେଖ୍ ଫେରାର ହୋଇଯାଇଥିବାରୁ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୋଲିସ ଏ ସଂପର୍କରେ କିଛି ସୂଚନା ଦେବାକୁ ମନା କରିଦେଇଛି ।

Leave a Reply

Your email address will not be published. Required fields are marked *