ଅପହଞ୍ଚ ଇଲାକାରେ ଜିଲ୍ଲାପାଳ ବିକାଶର ସପ୍ନ ଦେଖାଇ ଅନୁଧ୍ୟାନ କଲେ ସମସ୍ୟା

ହରିଚନ୍ଦନପୁର, ୯/୬ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଅପହଞ୍ଚ ଆଦିବାସୀ ଅଞ୍ଚଳର ଲୋକମାନଙ୍କୁ କେନ୍ଦୁଝର ଜିଲ୍ଲାପାଳ ଡା. ଏନ୍ ତିରୁମାଳା ନାୟକ ହରିଚନ୍ଦନପୁର ବ୍ଲକର ଅନ୍ୟତମ ଇଲାକା ଭାବରେ ପରିଚିତ ବରେଇଗୋଡା ପଞ୍ଚାୟତର ଦୁର୍ଗମ ସାନଜିମେଇ ଅଞ୍ଚଳ ଗସ୍ତକରି ଥିଲେ। ଜିଲ୍ଲାପାଳଙ୍କ ଗସ୍ତରେ ଅତିରିକ୍ତ ପିଡି(ଟେକ୍ନିକାଲ) ମଦନମୋହନ ମାଝୀ, ସ୍ଥାନୀୟ ବିଡିଓ ସୁଶାନ୍ତ କୁମାର ପତି ଗସ୍ତ କରିଥିଲେ। ଅଞ୍ଚଳଟି ମାଓ ପ୍ରବଣ ଭାବରେ ଆଗରୁ ପରିଚିତ ଥିବା ବେଳେ ଜିଲ୍ଲାପାଳ ପଥୁରିଆ ରାସ୍ତାରେ ୨ କି.ମି ଚାଲିବା ପରେ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମରଲୋକେ ଜିଲ୍ଲାପାଳଙ୍କୁ ନିଜ ପାଖରେ ପାଇଥିବାରୁ ଖୁସିରେ ବିଭୋର ହୋଇଯାଇଥିଲେ। ଜିଲ୍ଲାପାଳ ଗ୍ରାମର ପ୍ରତ୍ୟେକ ଲୋକଙ୍କୁ ତାଙ୍କର ସମସ୍ୟା ବୁଝିଥିଲେ।

ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କିପରି ହେବ ଗ୍ରାମଲୋକଙ୍କୁ ବୁଝାଇବା ସହିତ ବିକାଶ ପାଇଁ ରାସ୍ତା, ସ୍ୱଚ୍ଛ ପାନୀୟ ଜଳର ଯଥାଶୀଘ୍ର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିଦ୍ଦେଶ ଦେଇଥିଲେ। ରାଜ୍ୟରେ ଥିବା ଅପହଞ୍ଚ ଇଲାକା ଗୁଡିକର ବିକାଶ ପରିପେକ୍ଷିରେ କେନ୍ଦୁଝର ଜିଲ୍ଲା ଆଉ ଏକ ଉଧାହରଣ।

ଜିଲ୍ଲାପାଳ ଇତିମଧ୍ୟରେ ବ୍ଲକର ଏକାଧିକ ଅଞ୍ଚଳର ବିକାଶ ପାଇଁ ପଦକ୍ଷେପ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଗତ ମାସ ୮ ତାରିଖ ଏହି ବ୍ଲକର ଏକାଧିକ ର୍ଦୁଗମ ଅଞ୍ଚଳ ଗ୍ରାମ ଗୁଡିକୁ ପରିଦର୍ଶନ କରି ନିଜ ଆଖିରେ ପରିଖି ଗାଁ ଗୁଡିକର ବିକାଶ ପାଇଁ ବିହିତ ପଦକ୍ଷେପ ନେଇଥିବାର ଜଣା ଯାଇଛି। ପୁଣି ସେହି ପରିପେକ୍ଷିରେ ଦୁର୍ଗମ ଅଞ୍ଚଳ ପରିଦର୍ଶନରେ ବାହାରି ପଡିଥିଲେ।

ଖବରୁ ପ୍ରକାଶଯେ, ହରିଚନ୍ଦନପୁର ବ୍ଲକ ଠାରୁ ୩୦ କି.ମି ରାସ୍ତା ଗଲାପରେ ପଡେ ରେବଣାପଳାଶପାଳ ପୁଣି ସେଠାରୁ ୨ କି.ମି ଦୂରରାସ୍ତା ଗଲାପରେ ପଡିଥାଏ ସାନଜୁମେଇ ଏହି ଗାଁକୁ ଯିବାକୁ ହେଲେ ପାଦରେ ଚାଲିଚାଲି ଯିବାକୁ ପଡିଥାଏ। ଏହି ରାସ୍ତାରେ ଚାଲି ଚାଲି ଜିଲ୍ଲାପାଳ ଯିବା ବେଳକୁ ଅଞ୍ଚଳର ପ୍ରକୃତ ସମସ୍ୟା ନିଜେ ଅନୁଧ୍ୟାନ କରି କରି ଚାଲିଥିଲେ। ଏଣୁ ଖୁବ୍ ଶୀଘ୍ର ଗାଁକୁ କଂକ୍ରିଟ୍ ରାସ୍ତା ନାର୍ମାଣ କରିବା ପାଇଁ ବ୍ଲକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ଫେରିବା ବାଟରେ ରେବଣାପଳାଶପାଳ ପଞ୍ଚାୟତର ଦିଅଁପାଳ(ଗୋଠଭୂଇଁ) ଠାରୁ ମଶିଣାଯୋଡି ପର୍ୟ୍ୟନ୍ତ ରାସ୍ତା କାମର ତଦାରଖ କରିବା ସହ କାର୍ୟ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଥିଲେ। ୧କୋଟି ୪୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ରାସ୍ତାକାମ ଟିକୁ ଦେଖିଥିଲେ ଓ ପରେ ଅଧିକ ବ୍ୟୟ ବରାଦ କରି ଏହି ରାସ୍ତାକୁ ଟାଙ୍ଗିରିଆପାଳ ପର୍ୟ୍ୟନ୍ତ ସଂଯୋଗ କରିବାକୁ ଅମର କୁଅଁର ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ପ୍ରସ୍ଥାବଟିକୁ ଜିଲ୍ଲାପାଳ ତର୍ଜମା କରିବା ପରେ ଅନୁମୋଦନ କରିଥିଲେ। ଆଗକୁ ବର୍ଷାଦିନ ରହିଥିବାରୁ ଅସମ୍ପୂର୍ଣ୍ଣ ରାସ୍ତାକାମଟିକୁ ସାରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିଦ୍ କରିଥିଲେ।

ଅନ୍ୟପଟେ ଜିଲ୍ଲାପାଳଙ୍କୁ ଅତି ନିକଟରେ ପାଇ ସାନ ଜିମେଇର ୧୧ଟି ପରିବାରର ୬୩ ଜଣ ସଦସ୍ୟ ଅଞ୍ଚଳର ସମସ୍ୟା ବିଷୟରେ ବଖାଣି ବସିଥିଲେ। ଆହୁରୀ ମଧ୍ୟ ବରେଇଗୋଡା ପଞ୍ଚାୟତ ରାଜୀବ ଗାନ୍ଧୀସେବା କେନ୍ଦ୍ରରେ ଥିବା ଏକପାଇଖାନାକୁ ଦେଖି ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ପାଇଖାନା କେଉଁ ଫଣ୍ଡରୁ ନିର୍ମିତ ହୋଇଛି ତାହା ଅଧିକାରୀ ମାନଙ୍କୁ ପଚାରି ବୁଝିଥିଲେ। ବିଭାଗୀୟ ଅଧିକାରୀଙ୍କ ଠାରୁ ସନ୍ତୋଷ ଜନଙ୍କ ଉତ୍ତର ନ ମିଳିବାରୁ ଏହାର ତଦନ୍ତ କରିବାକୁ ଅତିରିକ୍ତ ପିଡି ଡିଆରଡିଏ ଶ୍ରୀ ମାଝୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରେବଣାପଳାଶପାଳରେ ରହିଥିବା ସ୍ୱସ୍ଥ୍ୟକେନ୍ଦ୍ରଟିରେ ଅନେକ ଅବ୍ୟସ୍ଥା ରହିଥିବା ଜିଲ୍ଲାପାଳ ଦେଖିବାକୁ ପାଇଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗର ଲେବରରୁମର ଅବ୍ୟବସ୍ଥା ମଧ୍ୟରେ ଥିବା ଜାଣି ପ୍ରସୂତିଙ୍କ ପ୍ରତି କୌଣସି ପ୍ରକାରର ଅବହେଳାର ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀ ମାନଙ୍କ ଉପରେ ଦୃ୍ଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଥିଲେ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ପାନୀୟ ଜଳର ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରେସନ ସାମଗ୍ରୀ ବଣ୍ଟା ହେବା ସମୟରେ ଜଣେ ଜଣେ ବ୍ୟକ୍ତି ୨/୫ଟି ଖାଉଟି କାର୍ଡ ଧରି ଲାଇନରେ ଛିଡା ହୋଇଥିବାରୁ କ୍ଷୁବ୍ଧ ହୋଇଯାଉଥିଲେ ଏବଂ ଅପହଞ୍ଚ ଇଲାକାର ବିକାଶ ପାଇଁ ଜିଲ୍ଲାପ୍ରଶାସନ ତପ୍ତର ହେବା ସହିତ ନିଜେ ଜିଲ୍ଲାପାଳ ଜିଲ୍ଲାର ଅନେକ ଅପହଞ୍ଚ ଇଲାକା ଗସ୍ତକରି ଭିତିଭୂମିର ବିକାଶ ଦିଗରେ ଫୁଙ୍ଖାନପୁଙ୍ଖ ତଦନ୍ତ କରୁଛନ୍ତି। ଏହି କ୍ରମରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତ ଦୁର୍ଗମ ଅଦିବାସୀ ଅଞ୍ଚଳ ଭାବରେ ପରିଚିତ ମରାଗୋଳା ଜିଲ୍ଲାପାଳ ଡ.ଏନ୍ ତିରୁମାଳା ନାଏକ ମେ ମାସ ୮ ତାରିଖ ସୋମବାର ଗସ୍ତକରି ମୌଳିକ ସମସ୍ୟା ପୂରଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଥମ ପର୍ୟ୍ୟାୟରେ ମରାଗୋଳା ବାସୀଙ୍କ ନିମନ୍ତେ ଏକ ଗଭିର କୂଅର ବ୍ୟବସ୍ଥା କରିଥିଲେ। ସେହି କୂଅରୁ ଗ୍ରାମର ଜନସାଧାରଣ ପାନୀୟ ଜଳ ସଂଗ୍ରହ କରି ଦୈନଦିନ ଜୀବନ ବିତାଉ ଥିବାବେଳେ ବିଶୁଦ୍ଧ ପାନୀୟ ଜଳ ପାଇଁ ଆଉପାଦେ ଆଗେଇ ଚଳିତ ସପ୍ତାହ ୭ ତାରୀଖ ବୁଧବାର ଆରଡବ୍ଲୁଏସଏସ ବିଭାଗ ତରଫରୁ କୂଅରେ ଏକ ନଳକୂପ ହ୍ୟଣ୍ଡସେଟ୍ ଲଗାଇଥିବାର ସୂଚନା ମିଳିଛି। କୂଅ ସମେତ ହ୍ୟାଣ୍ଡସେଟ୍ ଲଗାଇବା କାମକୁ ପିଠାଗୋଳା ପଞ୍ଚାୟତର ସମାଜସେବି ରଣଜିତ୍ ସାହୁ, ଟୁବୁରୁ ସାହୁ, ବିକାଶ ସାହୁ, ସରୋଜ ପାଇକରାୟ, ପ୍ରମୁଖଙ୍କୁ ଦାୟୀତ୍ୱ ନେଇ ତୁଲାଇ ଥିଲେ।

Leave a Reply

Your email address will not be published. Required fields are marked *