ଅପରେସନ ଗ୍ରୀନହଟଂ ବନ୍ଦକରିବା ଓ କେନ୍ଦୁପତ୍ର ଦରବୃଦ୍ଧି ଦାବିକରି କାଲିମେଳା ଏମଭି୯୦ ଗ୍ରାମରେ ମାଓବାଦୀଙ୍କ ଲଗାଇଲେ ପୋଷ୍ଟର

ମାଲକାନଗିରି,୨୮ା୪  (ଓଡିଆ ପୁଅ ) ଅପରେସନଗ୍ରୀହଟଂ,ରାସ୍ତାକାମ ବନ୍ଦକରିବାସହିତ କେନ୍ଦୁପତ୍ର ବିଡା ୫ଟଙ୍କାଲେଖା କରିବା,ଗରିବ ଲୋକଙ୍କୁ ଜମି,ଜଳ,ଜଙ୍ଗଲ ବଚିଂବାର ଅଧିକାର ଦାବିନେଇ କାଲିମେଳା ଥାନାସ୍ଥ ଏମଭି୯୦ଗ୍ରାମର ବିଭିନ୍ନସ୍ଥାନରେ  ମାଓବାଦୀ ମାନେ ପୋଷ୍ଟର ବ୍ୟାନର ଲଗାଇଥିବାର ଦେଖିବାକୁ ମିଳିଛି । ସିପିଆଇ ମାଓବାଦୀ କାଲିମେଳା ଆଚଂଳିକ କମିଟି ପକ୍ଷରୁ ଲେଖାଯାଇଥିବା ଏହି ପୋଷ୍ଟରେ ଆହୁରି ମଧ୍ୟ ଉଲେଖ୍ୟ ରହିଛି ଗାଁକୁ ରାସ୍ତା ନିର୍ମାଣ କରିଦେଲେ ଗରିବ ଲୋକଙ୍କର ଉନ୍ନତି ହେବନାହିଁ,

   ଗରିବଙ୍କ ଉପରେ ପୁଲିସ ଫୋର୍ସର ଜୁଲମ କରିବା ପାଇଁ ଏହି ରାସ୍ତା ହେଉଛି, ପୁଲିସ କ୍ୟାମ୍ପକୁ ବିରୋଧକର, ଇତ୍ୟାଦିଲେଖା ରହିଛି ।ଏସଂପର୍କରେ କାଲିମେଳା ଥାନା ପୁଲିସ ବିଏସଏଫ ଜବାନ ମାନେ ଜାଣିବାପରେ ଘଟଣାସ୍ଥଳରେ ପହଁଚି ଉକ୍ତ ପୋଷ୍ଟର ଗୁଡିକୁ ଜବତ କରି ଥାନାକୁ ନେଇଯାଇଛନ୍ତି ।

 

Leave a Reply

Your email address will not be published. Required fields are marked *