ଅପରାହ୍ନରେ କାଳ ବୈଶାଖୀ

ଭୁବନେଶ୍ୱର ୩-୪ (ଓଡ଼ିଆ ପୁଅ/ଦିଲ୍ଲୀପ କୁମାର ସାହୁ): ଦୁଇଦିନର ବ୍ୟବଧାନ ପରେ ଆଜି ପୁଣି ସରାରାଜ୍ୟରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ଅପରାହ୍ନରୁ ଘଡଘଡି ସହ ପବନ ବହିବ ଓ ଧୂଳି ଝଡ଼ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଏମିତିକି ଉପକୂଳ ଓଡିଶାର ଅନେକ ଜିଲ୍ଲାରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଅପରପକ୍ଷେ କାଳ ବୈଶାଖୀ ଓ ବର୍ଷା ଯୋଗୁ ବାୟୁ ମଣ୍ଡଳର ତାପମାତ୍ରା କମ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave a Reply

Your email address will not be published. Required fields are marked *