ଜିଲ୍ଲା ପରିକ୍ରମା

ଅପରାଧ ରୋକିବାରେ ଜନତାଙ୍କ ସହଯୋଗ ଆବଶ୍ୟକ

ପୁରୀ ୨୫-୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୋଲିସ୍ ଜନତାଙ୍କ ବନ୍ଧୁ। ଲୋକଙ୍କ ଧନଜୀବନ ସୁରକ୍ଷା ତଥା ଅପରାଧ ରୋକିବା ପାଇଁ ପୁରୀ ପୋଲିସ୍ ବଦ୍ଧପରିକର। ସେଥିପାଇଁ ଜନସାଧାରଣଙ୍କ ସହଯୋଗ ଦରକାର ବୋଲି ଆରକ୍ଷୀ ଅଧ୍ୟକ୍ଷକ ଡଃ ସାର୍ଥକ ଷଡଙ୍ଗୀ ପ୍ରକାଶ କରିଛନ୍ତି। ଆବଶ୍ୟକ କର୍ମଚାରୀ ଅଭାବରୁ ସେବା ଯୋଗାଇବାରେ ସମସ୍ୟା ଦେଖାଦଉଥିବା ସେ କହିଛନ୍ତି। ସହରାଚଂଳ ଉପଖଣ୍ଡ ପୋଲିସ୍ ପକ୍ଷରୁ ପୌରସଦନରେ ଶନିବାର ଅନୁଷ୍ଠିତ ଜନତା ପୋଲିସ୍ ସମନ୍ନୟ ବୈଠକରେ ଶ୍ରୀ ଷଡଙ୍ଗୀ ଅଧ୍ୟକ୍ଷତା କରିଥିଲେ। ସେ କହିଲେ ୨୦୦ ଏପିଆର କନେଷ୍ଟବଳଙ୍କ ମଧ୍ୟରୁ ଦୈନିକ ୫୦ ଜଣଙ୍କୁ ବିଭିନ୍ନ ବ୍ୟାଙ୍କ ଏବଂ ଆଉ ୫୦ ଜଣଙ୍କୁ ଭିଆପି ଡ୍ୟୁଟି ରେ ନିୟୋଜିତ କରାାଯାଇଛି। ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅପରାଧ କମିବା ସେ କହିଛନ୍ତି। ଅବସରପ୍ରାପ୍ତ ଡଃ ମଳୟ ମିଶ୍ର, ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ, ସମାଜସେବୀ ପ୍ରତିମା ମିଶ୍ର ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଜଗନ୍ନାଥ ପ୍ରଧାନ ଓ ଗାଗାରିନ୍ ମହାନ୍ତି, ସିଟି ଡିଏସ୍ ପି ପ୍ରଶାନ୍ତ କୁମାର ପଟ୍ଟନାୟକ, ଡି ଏସ୍ପି ପି .କେ ପଟ୍ଟନାୟକ ଓ ଜିଲ୍ଲାଗୁଲନ୍ଦା ଡିଏସ୍ପି ଉମାକାନ୍ତ ମଲିକ ମଚାଂସୀନ ଥିଲେ। ମଳୟ ମିଶ୍ର ଓ ପ୍ରତିମା ମିଶ୍ର କହିଲେ ସହରରେ ଟ୍ରାଫିକ୍ ବ୍ୟବସ୍ଥା ଶୃଙ୍ଖଳୀତଭାବେ ପରିଚାଳନା କରାଯାଉନାହିଁ। ପୋଲିସ୍ ବ୍ୟବସ୍ଥାକୁ ଅଧିକ ସୁଦୃଢୀ କରଣ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ନଗରପାଳ ଶ୍ରୀ ଷଡଙ୍ଗୀ କହିଲେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ୍ ର ଯେତିକି ଦାୟିତ୍ୱ ରହିଛି ଜନମାଧାରଣଙ୍କ ତାଠାରୁ ଅଧିକ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି। ବେୟାରଫୁଟ୍ ସମ୍ପାଦକ ଯୁଗ ବ୍ରତ କର, ଉପନଗରପାଳ ଶାନ୍ତିଲତା ପ୍ରଧାନ, ଛତିଆ ନିଯୋଗ ମହାନାୟକ ଜନାର୍ଦନ ପାଟ୍ଟୋଯୋଶୀ ମହାପାତ୍ର, ସନ୍ଥ ରାମଚରଣ ଦାସ, ସେବାୟତ ମନୋରଂଞ୍ଜନ ପୁଷ୍ପାଳକ, ତଳୁଛ ନିଳକଣ୍ଠ ମହାପାତ୍ର ଓ ଚକ୍ରଧର ମହାପାତ୍ର ଆଲୋଚନାରେ ଅଶଂ ଗ୍ରହଣ କରିଥିଲେ। ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହ, ସମୁଦ୍ରକୂଳ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି, ବଳିଆପଣ୍ଡା ଥାନା ଅଧିକାରୀ ଦେବାଶିଷ୍ ମିଶ୍ର, ସିଂହଦ୍ୱାର ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାଶ, କୁମ୍ଭାରପଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ, ତାଳବଣିଆ ଥାନା ଅଧିକାରୀ ଗାୟତ୍ରୀ ମିଶ୍ର, ବିଦ୍ୟୁତ୍ ଥାନା ଅଧିକାରୀ ବାମଦେବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top