ଓଡ଼ିଶା

ଅନ୍ୟ ଦିବସଗୁଡିକ ପାଇଁ ମଧ୍ୟ ବିଜେପି ଆଗ୍ରହ ଦେଖାଉ ! – ବିଜୟ ନାୟକ

ଭୁବନେଶ୍ୱର, ୨୧/୬/୨୦୧୮(ଓଡ଼ିଆ ପୁଅ): ସାଧାରଣତଃ, ଯୋଗ ଶିକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗଠନମୂଳକ ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ ଏବଂ ସ୍କୁଲ, କଲେଜ୍‌ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାର ପ୍ରଚାର ଓ ପ୍ରସାର ଜରୁରୀ। କିନ୍ତୁ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜୁନ୍‌୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏପରିସ୍ଥିତିରେ ୨୧ ତାରିଖ ଯୋଗ ଦିବସ କାର୍ଯ୍ୟକ୍ରମକୁ ନେଇ ବିଜେପିର ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଓ ବିଭ୍ରାନ୍ତିକର। ବିଜେପି ଯୋଗ ଦିବସ ପାଇଁ ଯେତେ ବ୍ୟତିବ୍ୟସ୍ତ ହେଉଛି, ଅନ୍ୟ ଆନ୍ତର୍ଜାତିକ ଦିବସଗୁଡିକ ପାଇଁ ସେଭଳି ଆଗ୍ରହ ଦେଖାଉ। ଆନ୍ତର୍ଜାତିକ ରକ୍ତଦାନ ଦିବସ, ଶିଶୁଦିବସ ଆଦି ଠିକ୍‌ଭାବେ ବିଜେପି କେତେଦୂର ପାଳନ କରୁଛି, ତା’ର ପ୍ରଥମେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ। ଆନ୍ତର୍ଜାତିକ ରକ୍ତଦାନ ଦିବସରେ କେତେ ରକ୍ତ ସଂଗ୍ରହ କରି ଲୋକଙ୍କ ଜୀବନ ବଞ୍ଚାଇପାରିଛି, ସେ ସଂପର୍କରେ ରାଜ୍ୟ ବିଜେପି ମାନସମନ୍ଥନ କରୁ। ସେହିପରି ଦେଶ ଭିତରେ ଶିଶୁଦିବସକୁ ଜନମାନସରୁ ଲିଭେଇ ଦେବାକୁ ପଛଘୁଞ୍ଚା ଦେଉନଥିବା ବିଜେପି ଏବେ ନିଜର ପ୍ରଚାର ଓ ପ୍ରସାର ପାଇଁ ଯୋଗକୁ ଆୟୁଧ କରିଛି।

ଜୁନ୍‌୨୧ ତାରିଖ ଦିନ ସରକାରୀ ସ୍ତରରେ ଆନ୍ତର୍ଜାତିକ ଯୋଗ ଦିବସକୁ ପାଳିବାକୁ ନିର୍ଦ୍ଦେଶ ନଦେଇ ବିଶ୍ୱରେ ଓଡ଼ିଶାକୁ ଅପନିନ୍ଦିତ କରାଯାଇଛି ବୋଲି ଯୁକ୍ତି ବାଢ଼ୁଥିବା ବିଜେପି ଜାଣି ରଖିବା ଉଚିତ୍‌, ଗଣତନ୍ତ୍ରରେ କାହାକୁ ଜୋର ଜବରଦସ୍ତ କୌଣସି କାର୍ଯ୍ୟକ୍ରମରେ ସାମିଲ କରିବା ସର୍ବାଦୌ ବର୍ଜନୀୟ। କୌଣସି ବ୍ୟକ୍ତିଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରିବା ଆଦୌ ସମୀଚିନ ନୁହେଁ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ରାଜଧର୍ମ ପାଳନ କରିଥିବାରୁ ଏହାକୁ ସମାଲୋଚନା କରାଯିବା ତ୍ରୁଟିପୂର୍ଣ୍ଣ। ସରକାରୀ କର୍ମଚାରୀମାନେ ଏହି ଯୋଗ ଦିବସରେ ସାମିଲ ନହେବାକୁ କେଉଁଠି ହେଲେ ମୁଖ୍ୟମନ୍ତ୍ରୀ କହିନାହାନ୍ତି। ସେପରିସ୍ଥଳେ ବିଜେପିର ସମାଲୋଚନା କେବଳ ଧୃଷ୍ଟାମୀ ଓ ଅଜ୍ଞତାର ପରିଚୟ ଦେଉଛି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ବିଜ୍ଞପ୍ତିରେ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top