ଓଡ଼ିଶା

ଅନ୍ୟ ଜିଲ୍ଲାର ପ୍ରାର୍ଥୀଙ୍କୁ ବିରୋଧ, କଳାହାଣ୍ଡି ଡିଆଇଇଟିରେ ପ୍ରତିରୋଧ

କଳାହାଣ୍ଡି – ୩୦.୦୧.୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଖାଲିଥିବା ପ୍ରାଥମିକ ଶିକ୍ଷକ ପଦ ନିମନ୍ତେ ଆବେଦନ କରିଥିବା ଛାତ୍ରଛାତ୍ରୀ ଙ୍କ ସାର୍ଟୀଫିକେଟ ସୋମବାର ଦିନ ଯାଂଚ ଥିବା ବେଳେ ଜିଲ୍ଲା ଭିତିକ ତାଲିମ ପ୍ରାପ୍ତ ଆବେଦନକାରୀଙ୍କୁ ନିଯୁକ୍ତି ଦାବି ରେ ବିଭିନ୍ନ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଫଳରେ କେବଳ କଳାହାଣ୍ଡି ଜିଲ୍ଲାର ଆବେଦନକାରୀଙ୍କୁ ଯାଂଚ ପାଇଁ ଭବାନୀପାଟଣାସ୍ଥିତ ଡିଆଇଇଟିର ଗେଟରେ ଛଡାଯାଇଥିବା ବେଳେ ଅନ୍ୟ ଜିଲ୍ଲାର ଆବେଦନକାରୀଙ୍କୁ ଫେରାଇ ଦିଆଯାଇଥିଲା। ଏନେଇ ଦିନ ତମାମ ଡିଆଇଇଟି ପରିସରରେ ଉତେଜନା ହେବାପରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ୧୬୦୫ ଟି ପ୍ରାଥମିକ ଶିକ୍ଷକ ପଦବୀ ନିମନ୍ତେ ୩୮୩୪ ଜଣ ଆବେଦନ କରିଥିଲେ। ଯୁକ୍ତ ଦୁଇ କଳାର ସିଟି ତାଲିମପ୍ରାପ୍ତ ୨୭୨ ପଦବୀ ନିମନ୍ତେ ୧୧୦୭ ଜଣ ଆବେଦନ କରିଥିଲେ। ସକାଳେ ଡିଆଇଇଟି ପରିସରରେ ସାର୍ଟିଫିକେଟ ଯାଂଚ ଆରମ୍ଭ ହେବା ପରେ ଗେଟରେ ବିଭିନ୍ନ ସଂଗଠନ ପକ୍ଷରୁ ଅନୂ ଜିଲ୍ଲାର ଆବେଦନକାରୀଙ୍କୁ ଅବରୋଧ କରାଯାଇଥିଲା। କେବଳ କଳାହାଣ୍ଡି ଜିଲ୍ଲାର ଆବେଦନକାରୀଙ୍କୁ ହିଁ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଥିଲା। ବିଜେପିର ପୂର୍ବ ମନ୍ତ୍ରୀ ପ୍ରଦୀପ ନାଏକ, ବଦ୍ରୀ ପଟ୍ଟନାୟକ, ଚିନ୍ମୟ ବେହେରା, କଂଗ୍ରସେର ପିସିସି ସଂପାଦକ ସାମନ୍ତ ଖମାରୀ, ଅବଦୁଲ ସାଜିଦ, ସଚେତନ ନାଗରିକ ମକ୍ଟକ୍ଟ୍ରର ଆବାହକ ସତ୍ୟ ମାହାର ଙ୍କ ନେତୃତ୍ୱରେ କଳାହାନ୍ଡି ସିଟି, ବିଇଡି ଓ ଡିଆଇଇଟି ତାଲିମ ପ୍ରାପ୍ତ ସଂଘ ପକ୍ଷରୁ ଗେଟ ସମ୍ମୁଖରେ ଦାରଣା ଦିଆଯାଇଥିଲା। ପୁରୀ ଗୋପ ଅଂଚଳର ଜଣେ ଆବେଦନକାରୀ ଜବରଦସ୍ତି ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ଧସ୍ତାଧସ୍ତି ହୋଇଥିବା ପ୍ରକାଶ। ଅନ୍ୟ ପକ୍ଷରେ ନିକଟସ୍ଥ ନକଟିଗୁଡା ଛକ ପାଖରେ ମଧ୍ୟ ପ୍ରତିରୋଧକାରୀ ମାନେ ଅନ୍ୟ ଜିଲ୍ଲାର ପ୍ରାର୍ଥୀ ମାନଙ୍କୁ ବିରୋଧ କରିଥିବା ଦେଖା ଯାଇଥିଲା। ଘଟଣା ସ୍ଥଳରେ ଭବାନୀପାଟଣା ଉପଜିଲ୍ଲାପାଳ ସୁର୍ଯ୍ୟନାରାୟଣ ଦାସ, ଏସପି ଏମ ସନ୍ଦିପ ସମ୍ପଦ, ଅତିରିକ୍ତ ଏସପି, ଏସଡିପିଓ, ଉପସ୍ଥିତ ହେବା ସହ ସଦର ଥାନା ଆଇଆଇସିଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଘଟଣାକୁ ନେଇ ଦିନତମାମ ଉତେଜନା ଲାଗି ରହିଥିବା ବେଳେ ସଂଧ୍ୟାରେ ଅନ୍ୟ ଜିଲ୍ଲାର ପ୍ରାର୍ଥôମାନେ ଏସପି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ଭବାନୀପାଟଣା ଉପଜିଲ୍ଲାପାଳ ଧାରଣାସ୍ଥଳକୁ ପହଂଚି ଧାରଣାରତ ପ୍ରାର୍ଥୀ ଙ୍କ ସହିତ ଓପେପା ସହ ଯୋଗାଯୋଗ କରିଥିଲେ। ଓପେପା ତରଫରୁ ସୁଯୋଗ ପାଇନଥିବା ପ୍ରାର୍ଥୀ ମାନଙ୍କୁ ଆଉଏକ ଦିନ ସୁଯୋଗ ଦେବାକୁ ଅନୁମତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମଙ୍ଗଳବାର ଦିନ ଯୁକ୍ତ ଦୁଇ ବିଜ୍ଞାନ ସିଟି ତାଲିମ ପ୍ରାପ୍ତ ୫୦୬ ଟି ପଦବୀ ପାଇଁ ୩୮୭ ଆବେଦନକାରୀଙ୍କ ସାର୍ଟୀଫିକେଟ ଯାଂଚ କରାଯିବାକୁ ଥିବା ବେଳେ ଯୁକ୍ତ ତିନି ବିଜ୍ଞାନ ବିଇଡି ତାଲିମ ପ୍ରାପ୍ତ ୫୫୩ ଟି ପଦବୀ ପାଇଁ ୩୩୮ ଆବେଦନକାରୀଙ୍କ ସାର୍ଟୀଫିକେଟ ଯାଂଚ କରାଯିବ ବୋଲି ଜଣାପଡିଛି। ସେହିପରି ବିଏ ବିଇଡି ୨୭୪ ସାଦାରଣ ବର୍ଗ, ଏସ/ଏସଟି ପାଇଁ ୪୬୦ ଜଣ ଆବେଦନକାରିଙ୍କ ସାର୍ଟୀଫିକେଟ ଯାଂଚ କରାଯିବାକୁ ଥିବା ବେଳେ ୩୧ ତାରିଖ ଦିନ ଯୁକ୍ତ ୩ କଳା ବିଇଡିର ୧୫୪୨ ଜଣ ଆବେଦନକାରୀଙ୍କ ସାର୍ଟୀଫିକେଟ ଯାଂଚ କରାଯିବା ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top