ଓଡ଼ିଶା

ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଉପବର୍ଗୀକରଣ ପ୍ରସଙ୍ଗ ଅନୁଧ୍ୟାନ ଲାଗି ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ୨୦ ଜୁନ, ୨୦୧୮ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଉପବର୍ଗୀକରଣ ପ୍ରସଙ୍ଗ ଅନୁଧ୍ୟାନ ଲାଗି ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ୨୦ ଜୁନ, ୨୦୧୮ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି କମିଶନଙ୍କ କାର୍ଯ୍ୟକାଳ ୨୭ ମାର୍ଚ୍ଚ ୨୦୧୮ ଠାରୁ ୧୨ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ୨ ଅକ୍ଟୋବର ୨୦୧୭ରେ ସମ୍ବିଧାନର ଅନୁଚ୍ଛେଦ ୩୪୦ ଅନ୍ତର୍ଗତ ଏହି ଆୟୋଗ ଗଠନ କରାଯାଇଥିଲା। ଅବସରପ୍ରାପ୍ତ ବିଚାରପତି ଶ୍ରୀମତୀ ଜି. ରୋହିଣୀଙ୍କ ନେତୃତ୍ୱରେ ଏହି ଆୟୋଗ ୧୧ ଅକ୍ଟୋବର, ୨୦୧୭ଠାରୁ କାମ କରିବା ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top