ଜିଲ୍ଲା ପରିକ୍ରମା

ଅନ୍ନପୂର୍ଣ୍ଣା ରଂଗମଂଚରେ ପ୍ରଦର୍ଶିତ ନାଟକ ଦାଦନର ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଲା

ପୁରୀ, ୧୮/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଅନୁଷ୍ଠାନ ଆମର ଆନୁକୂଲ୍ୟରେ ଅନ୍ନପୂର୍ଣ୍ଣା ରଂଗମଂଚରେ ଆୟୋଜିତ ରାଜ୍ୟସ୍ତରୀୟ ମଂଚ ନାଟକ ପ୍ରତିଯୋଗିତାର ଦ୍ୱିତୀୟ ସଂଧ୍ୟାରେ ପ୍ରଦର୍ଶିତ ହୋଇଛି ନାଟକ ଦାଦନ। ରାଉଲକେଲାର କୋଶଲ ନାଟକ ପରିଷଦ ପକ୍ଷରୁ ପରିବେଷିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ଗୈାତମ ମହାନନ୍ଦ। ନାଟକର କଳାକାର ମାନେ ସଚାଇଥିଲେ ପଶ୍ଚିମ ଓଡିଶର କିଛି ଗାଁ ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି। ଜମିଫାଟି ଆଁ କରିଥିବା ବେଳେ ସରକାରୀ ଯୋଜନା ସବୁ ସେମାନଙ୍କ ପାଇଁ ସାତ ସପନ ପାଲିଟିଛି। ସେଥିପାଇଁ ଗିରିବ ଲୋକେ ରାଜ୍ୟ ଝାଡିବାକୁ ମଧ୍ୟ ବାଧ୍ୟ ହୋଉଛନ୍ତି। ତେବେ ସମୟ କ୍ରମେ ସେମାନେ ଆଉ ଘରକୁ ଫେରିବାର ବାଟ ପାଉନାହଁନ୍ତି। ଅନ୍ୟ ରାଜ୍ୟରେ ଫସି ଯାଇଛନ୍ତି ଏହି ଲୋକେ ଏଭଳି ଏ କରୁଣ କାହାଣୀକୁ ନେଇ ରବିବାର ସଂଧ୍ୟାରେ ରିବେଶିତ ହୋଇଥିଲା ନାଟକ ଦାଦନ। କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା। ପ୍ରେକ୍ଷାଳୟରେ ଅନୁଷ୍ଠାନ ଆମର ସାଧାରଣ ସଂପାଦକ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଓ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top