ରାଉରକେଲା ୩-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଲାଠିକଟା ବ୍ଲକର କୁଚେଇତା, ବାଙ୍କି, ଲାଠିକଟା, ସୁଇଡିହି, ମୁଣ୍ଡାଯୋର, ରାମଯୋଡ଼ି ପଂଚାୟତରେ ଗତ ମାସ ୧୬ ତାରିଖରୁ ବିଦ୍ୟୁତ ସରବାରାହ ବ୍ୟବସ୍ଥା ବ୍ୟାହତ ହୋଇଛି। ଯାହା ଫଳରେ ଏହି ଅଂଚଳ ଅନ୍ଧାର ମଧ୍ୟରେ ରହିବା ଫଳରେ ଗ୍ରାମବାସୀଙ୍କୁ ନାନା ପ୍ରକାର ଅସୁବିଧାର ସମ୍ୁଖୀନ ହେବାକୁ ପଡ଼ିଛି। ବିଭିନ୍ନ ଗ୍ରାମରେ ବିଜୁଳି ଆଲୋକ ନଥିବାରୁ ଏବେ ଗ୍ରାମବାସୀଙ୍କୁ ଘାରିଛି ହାତୀଭୟ। ଅନ୍ଧାରର ସୁଯୋଗ ନେଇ ହାତୀପଲ ଗ୍ରାମ ମଧ୍ୟକୁ ପଶି ଆସିବାର ଆଶଙ୍କା ଦେଖାଯାଇଛି। ପୂର୍ବରୁ ମଧ୍ୟ ଏହି ଗ୍ରାମ ଗୁଡ଼ିକରେ ହାତୀପଲ ପ୍ରବେଶ କରି କ୍ଷେତରେ ଫସଲ ନଷ୍ଟ କରିବା ସହିତ ଗ୍ରାମବାସୀଙ୍କ ଆକ୍ରମଣ କରିବା ନଜିର ରହିଛି। ହାତୀ ଭୟ ରହିବା କାରଣରୁ ଯଥାଶୀଘ୍ର ଏହି ଗ୍ରାମ ଗୁଡ଼ିକରେ ବିଜୁଳି ଆଲୋକ ବ୍ୟବସ୍ଥା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

Loading...