ad
ଜିଲ୍ଲା ପରିକ୍ରମା

ଅନ୍ଧବିଶ୍ୱାସର ଅନ୍ତ ପାଇଁ ବିଜ୍ଞାନର ପ୍ରଚାରପ୍ରସାର ଜରୁରୀ : ଜିଲ୍ଲାସ୍କୁଲ, ଭଦ୍ରକରେ ଆନ୍ତଃ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍କୁଲ ଠାରେ ଏକ ଆନ୍ତଃବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇ ଯାଇଅଛି। ଜିଲ୍ଲାସ୍କୁଲ ଦ୍ୱାରା ଆୟୋଜିତ ଏହି ମେଳାରେ ପ୍ରଥମଥର ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବିନ୍ଦୁ ମାଧବ ବାଗୁରାଇ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇ ଥିଲା। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜ୍ଞାନସଭାରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ମୁଖ୍ୟ ଅତିଥି, ବ୍ଲକ ଶିକ୍ଷାଧିକାରୀ, ଭଦ୍ରକ, ସମ୍ଭୁନାଥ ପାଣିଗ୍ରାହୀ ମୁଖ୍ୟବକ୍ତା ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସିଏଚ୍. ବିଜୟଲକ୍ଷ୍ମୀ ଓ ବିନ୍ଦୁମାଧବ ବାଗୁରାଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚକ୍ରଧର ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିବା ବେଳେ ଭଦ୍ରକ ଜିଲ୍ଲା ବିଜ୍ଞାନ ପରିଦର୍ଶକ ସରୋଜ କୁମାର ପ୍ରଧାନ ବିଜ୍ଞାନ ଉପଦେଷ୍ଟା ରୂପେ ସଭା ଅଳଙ୍କୃତ କରିଥିଲେ। ସଭାର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷୟିତ୍ରୀ ଜୟନ୍ତୀ କରଶର୍ମା, ମିନତୀ ପଣ୍ଡା ଓ ସ୍ୱର୍ଣ୍ଣପ୍ରଭା ପ୍ରଧାନଙ୍କ ତତ୍ତ୍ୱାବଧାନରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀସାହୁ ଛାଛାତ୍ରୀମାନଙ୍କୁ ସର୍ବଦା ନୂତନ ଅନ୍ୱେଷଣ ପାଇଁ ନିଜକୁ ପ୍ରସ୍ତୁତ କରିବା ସହ ଛାତ୍ରଛାତ୍ରୀମାନେ ବିଜ୍ଞାନର ପ୍ରଚାର ଓ ପ୍ରସାର କରି ସମାଜରୁ ଅନ୍ଧବିଶ୍ୱାସ ହଟାଇବା ଉପରେ ଗୁରୁତ୍ୱ ଦେଇଥିଲେ। ସଭାପତି ତଥା ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ ବିଜ୍ଞାନର ନୂତନ ଉଦ୍ଭାବନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଧିରାମଣୀ ଲେଙ୍କା ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଅଶୋକ ଶତପଥି ବିଜ୍ଞାନ କ୍ଲବର ବାର୍ଷିକ ବିବରଣୀ ପାଠକରିବା ସହ ବିଜ୍ଞାନମେଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଆମେରିକାରେ ଅବସ୍ଥିତ ଭୂତତ୍ତ୍ୱ ବିଜ୍ଞାନୀ ଅବନୀ ରଞ୍ଜନ ସାମଲ ବିଗତ ୫ବର୍ଷଧରି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳାର ସମସ୍ତ ଖର୍ଚ୍ଚ ନିଜେ ବହନ କରିବା ସହ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ପ୍ରତିଭା ଅନ୍ୱେଷଣ ନିମନ୍ତେ ସୁଯୋଗ ସୃଷ୍ଟି କରିଥିବାରୁ ସମସ୍ତ ଅତିଥିଗଣ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବିଜ୍ଞାନମେଳାରେ ବିଚାରକ ରୂପେ ଚିଙ୍ଗୁଡିପୁର ହାଇସ୍କୁଲର ବିଜ୍ଞାନଶିକ୍ଷକ ସୁବଳ ପତ୍ରୀ ଓ ସି.ଆର୍.ଏସ୍ ହାଇସ୍କୁଲ, ତିହିଡିର ଶ୍ରୀକାନ୍ତ ନାୟକ ଯୋଗଦେଇଥିଲେ। ଏହି ଅବସରରେ ବରିଷ୍ଠ ଆଇନଜିବୀ ପର୍ଶୁରାମ ଦ୍ୱିବେଦୀ, ଅତିସ ବେହେରା, ଡା. ପ୍ରଭାସ ମହାନ୍ତି ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମଜିବୁର ରହେମାନ ପ୍ରମୂଖ ଉପସ୍ଥିତ ଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ରତିକାନ୍ତ ବେହେରା, ନରେନ୍ଦ୍ର ପ୍ରସାଦ ସାହୁ, ତପସ୍ୱିନୀ ଦାସ, ସମରେନ୍ଦ୍ର ନାଥ ମିଶ୍ର, ଗୀତାରାଣୀ ସ୍ୱାଇଁ, ଅକ୍ଷୟ କୁମାର ନାୟକ, ସୁଷମା ବେହେରା, ମିଲିରାଣୀ ପରିଡା, ବବିତା ସାହୁ, ଅକ୍ଷୟ କୁମାର ସେଠୀ, ରାଜେନ୍ଦ୍ର ପ୍ରସଦ ନାୟକ, ସୁବାସିନୀ ମିଶ୍ର, ଲିପ୍ସିତା ବିଶ୍ୱାଳ, ମୁରାଦ୍ ଅଲ୍ଲୀ ଖାନ୍ ପ୍ରଭୃତି ବିଜ୍ଞାନ ସଭା ଓ ପୁରସ୍କାର ବିତରଣ ଉତ୍ସବକୁ ପରିଚାଳନା କରିଥିଲେ। ଅଫିସ ସହାୟକ ଦେବେନ୍ଦ୍ର ମହାପାତ୍ର ଓ କର୍ମଚାରୀ ଅମରେନ୍ଦ୍ର କୁମାର ରାଉତ, ସ୍ମରଜିତ୍ ମହାନ୍ତି ଓ ରମାକାନ୍ତ ଜେନା ଏଥିରେ ସହାୟତା କରିଥିଲେ। କନିଷ୍ଠ ବିଭାଗରେ ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ, ଭଦ୍ରକର ଛାତ୍ର ଶୁଭେନ୍ଦୁ କୁମାର ସିଲ୍ଙ୍କ ପ୍ରକଳ୍ପ- ସ୍ୱୟଂ ଚାଳିତ ଆଲୋକ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ଜିଲ୍ଲା ସ୍କୁଲ, ଭଦ୍ରକର ଗୋପାଳ ଚନ୍ଦ୍ର ରାମଙ୍କ ପ୍ରକଳ୍ପ ସୁରକ୍ଷିତ ଗାଡି ଚାଳନା ପାଇଁ ସତର୍କ ବ୍ୟବସ୍ଥା ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏଥିରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ଶିକ୍ଷକ ମନୋଜ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top