ଅନ୍ତୋଦ୍ୱୟ କାର୍ଡ ପାଇବାରୁ ବଞ୍ଚିତ ଦୃଷ୍ଟିହୀନ ଦମ୍ପତି

ପୁରୀ, ୪/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବଳଙ୍ଗା ଥାନା ଅନ୍ତର୍ଗତ ତରବୋଇ ଶାସନ ଦୃଷ୍ଟିହୀନ ଦମ୍ପତ୍ତି ଚାଉଳ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଶେଷରେ ନିରାଶ ହୋଇ ଫେରିଛନ୍ତି। ବଳଙ୍ଗା କୋଠ ବିଶାଙ୍ଗ ପଞ୍ଚାୟତ ଅଧିନସ୍ଥ ତରପୋଇ ଶାସନର ଦୃଷ୍ଟିହୀନ ସୁବାଷ ଚନ୍ଦ୍ର ଦାସ ଓ ତାର ସ୍ତ୍ରୀ ମଞ୍ଜୁଲତା ଦାସଙ୍କ ପରିବାର ଅବସ୍ଥା କହିଲେ ନସରେ। ଓଳିଏ ଖାଇଲେ ଓଳିଏ ଉପଭାସ ରହୁଛନ୍ତି। ରାଶନ କାର୍ଡ ଥିବାରୁ ମାତ୍ର ୧୫ଦିନ ଚାଉଳ ମିଳୁଛି। ଏହି ଦୃଷ୍ଟିହୀନ ଦମ୍ପତ୍ତିଙ୍କର ଏକମାତ୍ର ଝିଅ +୨ କଳାରେ ପଢ଼ୁଛି। ୩ଜଣିଆ ଏହି ପରିବାର ପାଇଁ ୧୫କେଜି ଚାଉଳ ପାଉନାହାନ୍ତି। ରାଶନ କାର୍ଡ ପ୍ରତ୍ୟାହାର କରି ଅନ୍ତୋଦ୍ୱୟ କାର୍ଡ ଖଣ୍ଡେ ପାଇଁସେମାନେ ଜିଳ୍ଲାପାଳ ଅଭିଯୋଗ ଶୁଣାଣିକୁ ଆସିଥିଲେ ମାତ୍ର ଆମ ବ୍ୟବସ୍ଥାରେ ଆଉ ଅନ୍ତୋଦୟ କାର୍ଡ ଯୋଗାଯାଇ ନାହିଁ। ଫଳରେ ଦୃଷ୍ଟହିହୀନ ଦମ୍ପତିଙ୍କୁ ନିରାଶ ହୋଇ ଫେରିଥିବାକୁ ପଡିଛି। ମିଳୁଥିବା ମାସିକ ଭତ୍ତା ଏକ ହଜାର ଟଙ୍କାରେ ଝିଅକୁ କଲେଜରେ ପାଠ ପଢ଼ାଇବା ସହ ମାସ ମାସ ଚଳିବାକୁ ପଡୁଛି।

Leave a Reply

Your email address will not be published. Required fields are marked *