ଗଜପତି

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି,୨୩ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୪ର୍ଥ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହନ୍ତ ମହାରାଜ ରାମନାଥ ଦାସ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ସ୍ୱାଇଁ ଓ ଜିଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ମିଳିତ ଭାବେ ଉଦ୍ଘାଟନ କରିଥିଲେ । ଶରୀର ଉପରେ ଯୋଗର ପ୍ରଭାବ, ଏହାର ଉପକାରୀତା, ଶାରିରୀକ, ମାନସିକ ତଥା ଆଧ୍ୟାତ୍ମିକ ବିକାଶର ମାଧ୍ୟମ ଯୋଗ, ଏହାର ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ ଭାବେ ସମାଜର ଶୃଙ୍ଘଳା ଦିଗରେ ଯୋଗର ମହାତ୍ମ୍ୟ ବିଷୟରେ ଅତିଥି ବିଷୟରେ ଅତିଥି ତଥା ବକ୍ତା ମାନେ ଗୁରୁତ୍ୱ ଦେଇଥିଲେ । ଯୋଗଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ ପ୍ରାୟ ୪୫ମି ସମୟ ମଧ୍ୟରେ ଯୋଗର ବିଭିନ୍ନ ଆସନ ପ୍ରାଣାୟମ ଶିକ୍ଷା ଦେଇଥିଲେ । ୧୫୦ତମ ଏନ୍ସିସି କ୍ୟାଡେଟ୍ ଏହା କାର୍ଯ୍ୟକ୍ରମରେ ଭାଗ ନେଇ ଉଚ୍ଚକୋଟୀର ଶେଷ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ସିସି ଅଧିକାରୀ ହରିହର ଦାସ, ଜଗନ୍ନାଥ ପଟ୍ଟନାୟକ ଓ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top