କୋରାପୁଟ; ତା୧୫-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟର ନଳିନୀ ମିଶ୍ରଙ୍କ ପୁତ୍ର ଅନୁରାଗ ମିଶ୍ର ଆସନ୍ତାମାସ ମେ ମାସରେ ଆମେରିକାର କାର୍ଲିଫର୍ଣ୍ଣିଆରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ମହାକାଶ ବିକାଶ ସମ୍ମିଳନୀରେ ଯୋଗଦେବାକୁ ନାସାର ଚିଠି ଆସିଥିବା ଜଣାପଡିଛି ।ବିଶାଖାପାଟଣାର ଶ୍ରୀ ଚୈତନ୍ୟ ବିଦ୍ୟାଳୟରେ ଅନୁରାଗ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି ।ଯଦି ପୃଥିବୀରେ ମଣିଷ ବଂଚିବା ସକ୍ଷମ ହେବ ନାହିଁ ତେବେ ପୃଥିବୀରେ ଯେଉଁ ଅନୁକୂଳ ପରିବେଶ ରହିଛି ତାହାକୁ ନେଇ ବିକଳ୍ପ ପୃଥିବୀ ନିର୍ମାଣ ସଂପର୍କିତ ସନ୍ଦର୍ଭକୁ ଅନୁରାଗଙ୍କ ସହ ୫ ଜଣ ସାଥି ପ୍ରକଳ୍ପ ପ୍ରସ୍ତୁତ କରି ନାସାକୁ ପ୍ରେରଣ କରିଥିଲେ ।ନାସା ପାଇବା ପରେ ମେ ମାସ ୨୪ ତାରିଖଠାରୁ ୨୭ ତାରଖ ପର୍ଯ୍ୟନ୍ତ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବାକୁ ଚିଠି ପ୍ରେରଣ କରିଥିବା ଜଣାପଡିଛି ।ଅନୁରାଗ ଏବେ କୋରାପୁଟର ମାମୁଁ ଘରେ ରହି ପ୍ରସ୍ତୁତ ହେଉଥିବା ଜଣାପଡିଛି । ବାପା ଓ ମାଙ୍କ ପ୍ରେରଣା ଓ ସ୍କୁଲର ଅଧ୍ୟକ୍ଷ ଏବଂ ଗାଇଡ ଶିକ୍ଷକଙ୍କ ସହଯୋଗରେ ପ୍ରକଳ୍ପ ଟି ନାସାରେ ସ୍ଥାନ ପାଇଲା ବୋଲି ଅନୁରାଗ ପ୍ରକାଶ କରିଛନ୍ତି ।ଆୟୋଜିତ ସମ୍ମିଳନୀରେ ପ୍ରକଳ୍ପ କୁ ଉପସ୍ଥାପନା କରି ଭାରତ ତଥା ଓଡିଶାର ସୁନାମ ଆଣିପାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।ଅନୁରାଗ ବହୁତ ପରିଶ୍ରମ କରି ଏହି ସଫଳତା ପାଇପାରିଛନ୍ତି ବୋଲି ମାଇଁ ସାବିନା ମିଶ୍ର ପ୍ରକାଶ କରିଛନ୍ତି ।ପରିବାରର ଆର୍ଶିବାଦ , ଭଗବାନଙ୍କ କୃପା ଏବଂ ସମସ୍ତଙ୍କ ବିଶ୍ୱାସ ଓ ଭରସାକୁ ନେଇ ଓଡିଶାର ଟେକ ଓ ଭରତର ମାନ ବଜାଇ ରଖିବେ ବୋଲି ସେ ଆଶା ପ୍ରକଟ କରିଥିଲେ । ମୋ ନାତି ପରିଶ୍ରମ କରି ଆଜି ଏହି ସଫଳତା ପାଇ ଥିବାରୁ ମୁଁ ବହୁତ ଖୁସି ବୋଲି ଆଈ ସଂକୁନ୍ତଲା ରାୟଗୁରୁ ପ୍ରକାଶ କରିଛନ୍ତି ।
