ଅନ୍ତରୀକ୍ଷରେ ପହଁରିଥିବା ପ୍ରଥମ ମହାକାଶଚାରୀ ବ୍ରୁସଙ୍କ ପରଲୋକ

ନୂଆଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) ଅନ୍ତରୀକ୍ଷରେ ପହଁରିଥିବା ପ୍ରଥମ ମହାକାଶଚାରୀ ବ୍ରୂସ ଏମସିକୈଣ୍ଡଲେନ୍ସଙ୍କର ୮୦ ବର୍ଷ ବୟସ କାଲିଫର୍ଣ୍ଣିଆରେ ପରଲୋକ ଗମନ କରିଛନ୍ତି। ତାଙ୍କ ମୃତ୍ୟୁର କାରଣ ଜଣାଯାଇନାହିଁ। ବ୍ରୁସ ପେବୃଆରି ୧୯୮୪ରେ ପୂରା ଦୁନିଆରେ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ସେ ସ୍ପେସ ଯାନ ଶଟଲ ଚୈଲେଂଜରରୁ ଦୂରକୁ ଯାଇ ଅନ୍ତରୀକ୍ଷରେ ସ୍ପେସ ୱାକ କରିବାର ଫଟୋ ଦୁନିଆର ସାମନାକୁ ଆସିଥିଲା। ବ୍ରୁସ ସମୁଦାୟ ୩୧୨ ଘଣ୍ଟା  ଅନ୍ତରୀକ୍ଷରେ କଟାଇଥିଲେ ସେଥିମଧ୍ୟରୁ ଚାରି ଘଣ୍ଚା ସେ କେବଳ ନିଜର ସ୍ପେସ ସୁଟର ସାହାରାରେ ଅନ୍ତରୀକ୍ଷରେ ରହିଥିଲେ।

ସ୍ପେସ ୱାକ ସମୟରେ ବ୍ରୁସ ଅନ୍ତରୀକ୍ଷ ଯାନଠାରୁ ପ୍ରାୟତଃ ୩୦୦ ଫୁଟର ଦୂରତା ପର୍ଯ୍ୟନ୍ତ ଯାଇଥିଲେ। ସେ କହିଥିଲେକି ଏହି ମିଶନକୁ ନେଇକରି ସେ ଡରି ନଥିଲେ। କାରଣ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ହୋଇଥିଲେସେ। ନିଜର ଏକ ଇଣ୍ଟରଭ୍ୟୁରେ ବ୍ରୁସ କହିଥିଲେ ସେ ସେଠାକୁ ଯିବାପାଇଁ ପ୍ରତିବଦ୍ଧଥିଲେ ଏବଂ ଅନ୍ତରୀକ୍ଷକୁ ଯିବାପରେ ପ୍ରାୟତଃ ଶାନ୍ତ ଅନୁଭବ କରୁଥିଲେ। ସେ କହିଥିଲେକି ସେ ଚନ୍ଦ୍ରପୃଷ୍ଠରେ ପାଦ ରଖିଥିବା ପ୍ରଥମ ବ୍ୟକ୍ତି ନୀଲ ଆର୍ମଷ୍ଟ୍ରଙ୍ଗ ଯେପରି କିଛି କରିବାକୁ ଚାହୁଁଥିଲେ। ସେଥିପାଇଁ ସେ ପ୍ରଥମ ସ୍ପେସ୍ ୱାକ କରିଥିଲେ।

ଆଠ ଜୁନ ୧୯୩୭ରେ ବୋଷ୍ଟନରେ ଜନ୍ମ ଗ୍ରହଣ କରିଥିବା ବ୍ରୁସ ଯୁବକ ଅବସ୍ଥାରେ କାଲିଫର୍ଣ୍ଣିଆ ଚାଲିଗଲେ। ସେଠାରେ ସ୍ନାତକ ଡିଗ୍ରୀ ହାସଲ କଲାପରେ ଆମେରୀକାର ନେଭି ଏକାଡେମୀରେ ୧୯୫୮ ରେ ବ୍ୟାଛେଲର ଅଫ ସାଇନ୍ସ ଡିଗ୍ରୀ ହାସଲ କଲେ ଏବଂ ୧୯୭୩ରେ ତାଙ୍କୁ ୧୯ ଜଣ ଲୋକଙ୍କ ସହିତ ମହାକାଶଚାରୀ ଟ୍ରେନିଙ୍ଗ ପାଇଁ ବଛାଯାଇଥିଲା।

Leave a Reply

Your email address will not be published. Required fields are marked *