ଓଡ଼ିଶା

ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ପରେ ନାବାଳିକାଙ୍କ ଆତ୍ମହତ୍ୟା

ନବରଙ୍ଗପୁର ୨-୫ (ଓଡ଼ିଆ ପୁଅ) ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଅଘଟଣ। ଝରିଗାଁ ବ୍ଲକ ମୁଣ୍ଡାଗୁଡ଼ା ଗାଁରେ ନାବାଳିକା ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ହେବା ପରେ ଯୁବତୀ ଜଣକ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ସାମନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଅଶ୍ଲିଳ ଭଡ଼ିଓ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଅପମାନ ସହି ନପାରି ଆତ୍ମହତ୍ୟା କରିଛନ୍ତି। ଅଭିଯୁକ୍ତ ଫେରାର ଅଛି, ପୋଲିସର ତଦନ୍ତ ଜାରି ଥିବା ବେଳେ ଓଡ଼ିଶାରେ ଏହିପରି ଅନେକ ଅଶ୍ଲିଳ ଭିଡ଼ିଓ ଭାଇରାଲ ହେବା ପରି ଘଟଣା ପ୍ରଶାସନର ମୁଣ୍ଡବ୍ୟଥା କରାଇବା ସହିତ ବୁଦ୍ଧିଜୀବୀମାନେ ଉଦବେଗ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ, ଗତ କିଛିଦିନ ତଳେ କେନ୍ଦ୍ରାପଡ଼ା, ନୟାଗଡ଼ ପରି କେତେକ ଜିଲ୍ଲାରେ ମଧ୍ୟ ଏହିପରି ଅଶ୍ଳିଳ ଭିଡ଼ିଓ ଭାଇରାଲ ହେବାପରେ ଏହା ଚିନ୍ତାର କାରଣ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top