ଜିଲ୍ଲା ପରିକ୍ରମା

ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଭଦ୍ରକ ଜିଲା କମିଟି ଗଠିତ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ପ୍ରବୀଣ ଭାଇ ତୋଗାଡିଆଙ୍କ ନେତୃତ୍ୱରେ ପରିଚାଳିତ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଭଦ୍ରକ ଜିଲା ଶାଖା ଗଠିତ ହୋଇଛି। ଭଦ୍ରକ ସହରର ଭାଗବତ କଲ୍ୟାଣ ମଣ୍ଡପରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲାର ଶତାଧିକ ହିନ୍ଦୁତ୍ୱ ବିଚାରଧାରାରେ ବିଶ୍ୱାସ ରଖୁଥିବା ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଇଂ ହୃଷିକେଶ ଗୋସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ସର୍ବଭାରତୀୟ ସଂପାଦକ ମନୋଜ କୁମାର ସାହୁ ଯୋଗ ଦେଇ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗ ଦର୍ଶନ କରିଥିଲେ। ଦେଶରେ ହିନ୍ଦୁତ୍ୱର ସୁରକ୍ଷା କେବଳ ପ୍ରବୀଣ ଭାଇଙ୍କ ନେତୃତ୍ୱରେ ହିଁ ସମ୍ଭବ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ଭଦ୍ରକ ଜିଲାରେ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ଓ ପ୍ରବୀଣ ଭାଇଙ୍କର ପ୍ରମୁଖ ଦାବି କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ, ଅଯୋଧ୍ୟାରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ, ଭାରତରେ ବେଆଇନ ଭାବେ ରହୁଥିବା ୨ କୋଟି ବାଂଲାଦେଶୀଙ୍କୁ ବହିଷ୍କାର, ସମାନ ନାଗରିକ ସଂହତି, ସଂପୂର୍ଣ୍ଣ ଗୋ’ ହତ୍ୟା ନିଷେଧ, କୃଷକ ଓ ଶ୍ରମିକମାନଙ୍କୁ ସଂପୂର୍ଣ୍ଣ ସାମାଜିକ, ଅର୍ଥନୈତିକ ସୁରକ୍ଷା ପ୍ରଦାନ ନିମନ୍ତେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ଶପଥ ପାଠ କରିଥିଲେ। ବୈଠକରେ ଜିଲା କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ ଡ. ଦେବରାଜ ପାତ୍ର, ଉପସଭାପତି ବସନ୍ତ ଖିଲାର, ସଂପାଦକ ହୃଷିକେଶ ଗୋସ୍ୱାମୀ ସହସଂପାଦକ ସୁବ୍ରତ କୁମାର ପାଲ, ମହିଳା ପରିଷଦ ସଭାନେତ୍ରୀ ମଞ୍ଜୁଲତା ମଲ୍ଲିକ, ରାଷ୍ଟ୍ରୀୟ ବଜରଙ୍ଗ ଦଳ ସଭାପତି ପ୍ରଭାକର ଦାସ, ସଂପାଦକ ସତ୍ୟନାରାୟଣ ପ୍ରଧାନ, ସହ ସଂପାଦକ ମାନସ ମହାନ୍ତି, କିଶାନ ପରିଷଦ ସଭାପତି ରତିକାନ୍ତ ଦାସ, ଛାତ୍ର ପରିଷଦ ସଭାପତି ଜ୍ୟୋତିପ୍ରକାଶ ଦାସ, ଉପସଭାପତି ଅଲେଖ ରାଉତ ମନୋନୀତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଛାତ୍ର ପରିଷଦର ପୂର୍ବ ଭାରତ ସଂଯୋଜକ ଜତୀନ ସ୍ୱାଇଁ, ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜ୍ୟ ସଭାପତି ଅନିଲ ସେଠୀ, ରାଜ୍ୟ ସଂପାଦକ ବିଜୟ କୁମାର ଦାଶ, ଛାତ୍ର ପରିଷଦର ରାଜ୍ୟ ସଂପାଦକ ସୁବାସ ମିଶ୍ର, ରାଜ୍ୟ ମିଡିଆ ପ୍ରଭାରୀ ମୁକ୍ତିକାନ୍ତ ବାରିକ ପ୍ରମୁଖ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top