ଓଡ଼ିଶା

ଅନେକ ସମସ୍ୟାରେ ଜର୍ଜରିତ କୁଷ୍ଠ କଲୋନୀ

ରାଉରକେଲା ୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): କେଉଁ ଆବାହମାନ କାଳରୁ କୁଷ୍ଠ ରୋଗକୁ ଏକ ଦୂରାରୋଗ୍ୟ ତଥା ସଂକ୍ରାମକ ବ୍ୟାଧି ଭାବେ ବିବେଚନା କରାଯାଇ ସାମାଜିକ ଚଳନି, ରିତୀ, ନିୟମ ଏବଂ ଅନ୍ୟ ମାନଙ୍କ ସହିତ ସମ୍ପର୍କ ସ୍ଥାପନରେ ଅନ୍ଧବିଶ୍ୱାସ ପୂର୍ବକ ବାସନ୍ଦ କରାଯାଉଥିଲା। ମାତ୍ର ବର୍ତମାନ ସରକାରଙ୍କର ବିଭିନ୍ନ ଯୋଜନା ତଥା କୁଷ୍ଠରୋଗ ଏକ ନିକୃଷ୍ଟ ରୋଗ ଭାବେ ବୈଜ୍ଞାନିକ ମାନେ ପ୍ରତିପାଦିତ କରିଥିବା ବେଳେ ଏହାର ସକରାତ୍ମକ ଚିତ୍ର ସ୍ପଷ୍ଟ ରୂପେ ପ୍ରତୀତମାନ ହେଉଛି।କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଏହିକିଯେ, ଏପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ମନରୁ ତୁଟିନି ଅନ୍ଧବିଶ୍ୱାସ, କୁଷ୍ଠ ରୋଗକୁ ଏକ ଭୟଙ୍କର ବ୍ୟାଧି ରୂପେ ବିବେଚନା କରି ଏଥିରେ ଆକ୍ରାନ୍ତ ବ୍ୟକ୍ତି ବିଶେଷକୁ ଘୃଣା ରୂପେ ଗ୍ରହଣ କରିଥାନ୍ତି।ତାହାର ଏକ ଅବିକଳ ନମୂନା ଦେଖିବାକୁ ମିଳିଛି ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଦେଓଗାଁ ତରକେରା କୁଷ୍ଠ କଲୋନୀ ଅଂଚଳରେ।ସରକାରଙ୍କ ବିଭିନ୍ନ ଯୋଜନା ସତ୍ୱେ ଏବେ ବି ଏମାନେ ଅପହଂଚ ଇଲାକାର ମଣିଷ ରୂପେ ଜୀବନ ନିର୍ବାହ କରୁଛନ୍ତି। ଏଠାରେ ବହୁ ଦିନରୁ ରହି ଆସୁଥିବା ତ୍ରୀନାଥ ତାଣ୍ଡିଆ ଅଭିଯୋଗ କରନ୍ତିଯେ, ଏହି କଲୋନୀରେ ପାନୀୟ ଜଳର ସୁବିଧା ନଥିବାରୁ ପ୍ରତିଦିନ ଟୋପାଏ ପାଣି ପାଇଁ ନିକଟରେ ଥିବା ତରକେରା ମନ୍ଦିର ନିକଟକୁ ପାଣି ସଂଗ୍ରହ କରି ଯିବାକୁ ପଡିଥାଏ। ବିଶେଷ କରି ଗ୍ରୀଷ୍ମ ରୁତୁରେ ଏହି ବସ୍ତିରେ ପାନୀୟ ଜଳ ସମସ୍ୟା ଉତ୍କଟତର ହୋଇଥାଏ ବୋଲି କୁଷ୍ଠ କଲୋନୀ ବାସିନ୍ଦା ପ୍ରକାଶ କରନ୍ତି। ସେହିପରି ଏଠାରେ ବସବାସ କରୁଥିବା କେତେଜଣଙ୍କର ରାସନ କାର୍ଡ ମଧ୍ୟ ନାହିଁ ବୋଲି ଅଭିଯୋଗ ଉଠେ। ପ୍ରତ୍ୟେହ ସକାଳେ କେଉଁ ମନ୍ଦିର ହେଉ କି ବିଭିନ୍ନ ଜନବସତି ଅଂଚଳରେ ଏମାନେ ଭିକ୍ଷାବୃତି କରି ନିଜର ଜୀବିକା ନିର୍ବାହ କରନ୍ତି, ନିର୍ବାଚନ ସମୟରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ପଦାଧିକାରୀ ଆସିଥାନ୍ତି ଏଠାକୁ, ମାତ୍ର ପରେ ସବୁ କିଛିର ଫଳାଫଳ ଶୂନ, ଏପର୍ଯ୍ୟନ୍ତ ବି ବିଧାୟକ କିମ୍ବା ସାଂସଦଙ୍କ ପାଦ ପଡିଥିଲେ ସୁଦ୍ଧା ମୌଳିକ ସମସ୍ୟାରେ କୌଣସି ଆଖିଦୃଶିଆ ସୁଧାର ଆସି ପାରିନାହିଁ। ଏଠାରେ, ପରିମଳ ବ୍ୟବସ୍ଥା କହିବା ଏବଂ ନକହିବା ସହ ସମାନ। ବର୍ତମାନ ବର୍ଷା ଦିନରେ ଏହି ବସ୍ତିରେ ପରିମଳଙ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଭିକ୍ଷାବୃତିରୁ କିଛି କିଛି ସଂଚୟ କରି ବର୍ଷକୁ ଥରୁଟିଏ ଏମାନେ ଆୟୋଜନ କରିଥାନ୍ତି ଏକ ସଙ୍କିର୍ତନ, ଯାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ, ମାତ୍ର ଏମାନେ କୁଷ୍ଠ ରୋଗ ଆକ୍ରାନ୍ତ ବୋଲି ଘୃଣା ଭାବରେ ଏ ପ୍ରକାର ଏକ ପବିତ୍ର କାର୍ଯ୍ୟକୁ ବର୍ଜନ କରୁଥିବା ସଭ୍ୟ ସମାଜ ଏବେ ସଜାଗ ହେବା ଆବଶ୍ୟକ।ସରକାର, ପ୍ରଶାସନ, ବୁଦ୍ଧିଜୀବିଙ୍କ ସହିତ ଏ ସଭ୍ୟ ସମାଜ ଯଦି ଆଗେଇ ଆସନ୍ତା, ତେବେ ସୁଧୁରି ଯାଆନ୍ତା ଦେଓଗାଁ ତରକେରା କୁଷ୍ଠ କଲୋନୀର ରୂପରେଖ ଏବଂ ଚିତ୍ର। ନହେଲେ ସେହି ‘କୁଷ୍ଠ ବସ୍ତିକୁ କୃଷ୍ଣ ହିଁ ଭରସା’ ବୋଲି କୁହନ୍ତି ବସ୍ତିର ବାସିନ୍ଦା ସମୂହ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top