ଅନେକ ବାଦ ବିବାଦ ପରେ, କେନ୍ଦୁଝର ଟ୍ରକ ମାଲିକ ସଂଘ ଦଖଲକୁ ନେଲା ପ୍ରଶାସନ…

କେନ୍ଦୁଝର ୭ ମଇ (ଓଡ଼ିଆ ପୁଅ/ବିଭୂତି ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ କର୍ଯ୍ୟାଳୟର ତାଲା ଭାଙ୍ଗି ଦଖଲ କୁ ନେଲା ଜିଲ୍ଲା ପ୍ରଶାସନ। ସଂଘର ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଗତ ୨ବର୍ଷ ହେବ ସମାପ୍ତ ହୋଇଥିଲେବି ନିର୍ବାଚନ ନ କରାଇ ପୂର୍ବ ପରିଷଦ ସମସ୍ତ କ୍ଷମତା ଉପଭୋଗ କରି ଆସୁଥିଲା। ଏନେଇ ସଂଘର ସଦସ୍ୟ ରୁଦ୍ର ମିଶ୍ର ଏବଂ ସଞ୍ଜିବ ଘୋଷ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି ନିର୍ବାଚିତ ପରିଷଦକୁ ଅଯୋଗ୍ୟ ଘୋଷଣା କରି ତୁରନ୍ତ ନିର୍ବାଚନ କରାଇବାକୁ ଜିଲ୍ଲାପାଳଙ୍କୁ ଆଦେଶ କରିଥିଲେ। ହାଇକୋର୍ଟ ନିର୍ଦ୍ଦେଶ ପରେବି ନିର୍ବାଚିତ ପରିଷଦ ଏହାକୁ ଖାତିର ନକରିବାକୁ ଆଜି ଜିଲ୍ଲା ପ୍ରଶାସନ ପୁଲିସ ଉପସ୍ଥିତିରେ ସଂଘ କାର୍ଯ୍ୟାଳୟର ତାଲା ଭାଙ୍ଗି ଏହାକୁ ନ୍ଖକ୍ସ ଅକ୍ତିଆରକୁ ନେଇଛି। ଏହାସହ ସଂଘର ଦୈନଦିନ କାର୍ଯ୍ୟ ପରିଚାଳନା ଏବଂ ୧ ମାସ ମଧ୍ୟରେ ନିର୍ବାଚନ ପାଇଁ ଜଣେ ପ୍ରଶାସନିକ ଅଧିକାରୀଙ୍କ ଅଧିନରେ ୫ ଜଣ ଟ୍ରକ ମାଲିକଙ୍କୁ ନେଇ ଏକ ଆନ୍ତରିଣ କମିଟି ଗଠନ କରାଯାଇଛି। ଏହି ସଂଘରେ ଜିଲ୍ଲାର ୨୫ ଶହରୁ ଉର୍ଦ୍ଧ ଟ୍ରକ ମାଲିକ ସଦସ୍ୟ ଥିବାବେଳେ ଏହା ଓଡିଶାର ଅନ୍ୟତମ ବିତଶାଳୀ ସଂଘ ଭାବେ ପରିଚିତ।

Leave a Reply

Your email address will not be published. Required fields are marked *