ଓଡ଼ିଶା

ଅନେକ ଦୁଷ୍କର୍ମ ଘଟଣାରେ ଶାସକ ଦଳର ସିଧାସଳଖ ସଂପୃକ୍ତି ପ୍ରମାଣିତ ହୋଇଛି: ରାଧାରାଣୀ ପଣ୍ଡା

ବିଜେପି ମହିଳା ସୁରକ୍ଷା ଯାତ୍ରା ତୃତୀୟ ଦିନରେ:
– ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା କାରଣରୁ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇଛି
– ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣଭାବେ ଫେଲ୍ ମାରିଛନ୍ତି
– ରାଜ୍ୟରେ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ୪ ହଜାର ୫ଶହରୁ ଉର୍ଦ୍ଧ୍ୱ ନାରୀ ମାନଙ୍କ ପ୍ରତି ହୋଇଥିବା ଅପରାଧିକ ମାମଲା ପଞ୍ଜୀକୃତ ହୋଇଛି

ଭୁବନେଶ୍ୱର, ତା ୨୧/୦୫ (ଓଡ଼ିଆ ପୁଅ) : ରାଜ୍ୟରେ ବଢୁଥିବା ନାବାଳିକା ଦୁଷ୍କର୍ମ ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସାର ପ୍ରତିବାଦ ସହ ମହିଳାମାନଙ୍କୁ ନିଜର ଅଧିକାର ସଂପର୍କରେ ସଚେତନତା ସୃଷ୍ଟି କରାଇବା ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଗତ ୧୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ‘ମହିଳା ସୁରକ୍ଷା ଯାତ୍ରା’ ଆରମ୍ଭ ହୋଇଛି। ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ଦାୟୀତ୍ୱରେ ଥିବା ବିଧାୟିକା ଶ୍ରୀମତି ରାଧାରାଣୀ ପଣ୍ଡାଙ୍କ ନେତୃତ୍ୱରେ ବାହାରିଥିବା “ମହିଳା ସୁରକ୍ଷା ଯାତ୍ରା” ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ପହଂଚିଛି।

ତୃତୀୟ ଦିନରେ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ମହିଳା ଏକାଠି ହୋଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡାଠାରେ ଏକ ସାଧାରଣ ସଭା କରିଥିଲେ। ପରେ ଅପରାହ୍ନରେ ଖଣ୍ଡୋକଂଟା ଓ ବଇକିରାରେ ସାଧାରଣ ସଭା ମାଧ୍ୟମରେ ମହିଳାମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।

ଓରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା କାରଣରୁ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟର ଗୃହବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବାବେଳେ ରାଜ୍ୟରେ ଦିନକୁ ଦିନ ଧର୍ଷଣ, ଗଣଦୁଷ୍କର୍ମ, ନାବାଳିକା ବଳାକ୍ରାର ଏବଂ ନାରୀ ନିର୍ଯ୍ୟାତନା ବଢିବାରେ ଲାଗିଛି। ମହିଳା ଅପରାଧ ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ୪ ହଜାର ୫ଶହରୁ ଉର୍ଦ୍ଧ୍ୱ ଘଟଣା ପଞ୍ଜୀକୃତ ହୋଇଥିବାବେଳେ ଅନେକ ଘଟଣା ଲୋକଲୋଚନକୁ ଆସିପାରି ନାହିଁ। ରାଜ୍ୟର ନାରୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣ ଭାବେ ଫେଲ୍ ମାରିବା ସହ ନାରୀମାନଙ୍କୁ ଅପମାନିତ କରିଚାଲିଛନ୍ତି ବୋଲି ଶ୍ରୀମତି ପଣ୍ଡା କହିଛନ୍ତି।

କେନ୍ଦ୍ରରେ ମୋଦୀ ସରକାର ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଭଳି ଏ÷÷୍ୟତିହାସିକ ନିଷ୍ଫତି ନେଉଥିବାବେଳେ ରାଜ୍ୟସରକାର ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନନେଇ ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଇ ଚାଲିଛନ୍ତି। ଅନେକ ଦୁଷ୍କର୍ମ ଘଟଣାରେ ଶାସକ ଦଳର ସିଧାସଳଖ ସଂପୃକ୍ତି ରହିଛି। ଯାଜପୁର ଜିଲ୍ଲା ଦଶରଥପୁର ଅଂଚଳରେ ପକ୍କା ଘର କରାଇଦେବା ନାଁରେ ଜଣେ ଅସହାୟ ବିଧବା ମହିଳାଙ୍କୁ ଦୁଷ୍କର୍ମ କରିବା ଏବଂ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଚକୋଲେଟ ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣାରେ ଶାସକ ଦଳର ସଂପୃକ୍ତି ରହିଥିବାର ପ୍ରମାଣ ମିଳିଛି। ରାଜ୍ୟରେ ମହିଳାମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କର କୌଣସି ନୀତି ନଥିବାରୁ ରାଜ୍ୟରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ବୃଦ୍ଧିପାଇବାରେ ଲାଗିଛି ବୋଲି ଶ୍ରୀମତି ପଣ୍ଡା କହିଛନ୍ତି।

ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତ୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବା ପାଇଁ ଏହି ସୁରକ୍ଷାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top