ଜିଲ୍ଲା ପରିକ୍ରମା

ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ବିକାଶ କେବେ ହେବ ?

ରାୟଗଡା ୦୯/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )– ରାଜ୍ୟ ସରକାର ଅନୁସୂୂଚିତ ଜାତି ଓ ଜନଜାତି ଛାଚ୍ର ଛାତ୍ରୀଙ୍କ ଶିକ୍ଷା ନିମନ୍ତେ ସବୁ ପ୍ରକାର ଯୋଜନା କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସଫଳତାର ଶୀର୍ଷକୁ ଛୁଇଁ ପାରିନାହିଁ। ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ମାଗଣା ଶିକ୍ଷାଦାନ ଠାରୁ ଆରମ୍ଭ କରି ଷ୍ଟାଇପେଣ୍ଡ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କାଁ ଭାଁ ଛାତ୍ର ଛାତ୍ରୀ ମାନେ ସଫଳତାର ପାହାଚ ଚଢି ଆଧୁନିକ ସମାଜ ସହିତ ହାତ ମିଶାଇ ଆଗକୁ ଅଗ୍ରସର ହୋଇପାରିଛନ୍ତି। କିନ୍ତୁ ବାସ୍ତବରେ ଯେଉଁ ପରିମାଣରେ ସଫଳତା ସରକାର ଆଶା କରୁଛନ୍ତି ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନଥିବା ଜଣା ପଡିଛି। ସବୁଠାରୁ ବଡ କଥା ହେଲା ଆଶ୍ରମ ଏବଂ ସେବାଶ୍ରମ ବିଦ୍ୟାଳୟ ଗୁଡିକରେ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହା ସଚିବ କିମ୍ବା ଉପରିସ୍ଥ ଅଧିକାରୀ ମାନେ ଭ୍ରମଣରେ ଆସିଲେ ଅବ୍ୟବସ୍ଥା ଘେରରେ ସ୍କୁଲ ଗୁଡିକୁ ଭ୍ରମଣରେ ନ ନେଇ ଜିଲ୍ଲା ସ୍ତରୀୟ ଅଧିକାରେ ମାନେ ଆଖିକୁ ଚିକ୍ଚାକ୍ ଦେଖାଯାଉଥିବା ସ୍କୁଲ ଗୁଡିକୁ ଭ୍ରମଣରେ ନେଇ ବାହାରି ଯାଆନ୍ତି ଏବଂ ସଚିବଙ୍କ ଠାରୁ ବାହଃ ବାହଃ ନେଇଥାନ୍ତି।

ବର୍ତମାନ ଆଶ୍ରମ ଏବଂ ସେବାଶ୍ରମ ବିଦ୍ୟାଳୟ ଗୁଡିକର ବାସ୍ତବ ଚିତ୍ର ପଦାକୁ ଆସିବାରେ ଲାଗିଛି। କିଛି ଦିନ ତଳେ ଡମ୍ବସରା ସେବାଶ୍ରମ ୩ ଜଣ ଛାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶର ବିଜୟବାଡା ଠାରେ ଜଣେ ଦଲାଲଙ୍କ ଠାରୁ ଉଦ୍ଧାର କରାଯାଇଥିଲା। ଛାତ୍ରୀ ମାନେ କେଉଁ ପରିସ୍ଥିତିରେ ବାହାରକୁ ଗଲେ, ସ୍କୁଲର ପ୍ରଧାନ ଶିକ୍ଷକ କିମ୍ବା ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ମାନେ କିପରି ଛାତ୍ରୀ ମାନେ ବାହାରକୁ ଗଲେ ତାହାର ଟେର ପାଇପାରିଲେ ନାହିଁ ତାହା ନେଇ ଏବଂ ସାଧାରଣରେ ଚର୍ଚ୍ଚ ହେଉଛି। ଛାତ୍ରୀ ମାନେ ତ ଉଦ୍ଧାର ହୋଇଗଲେ ଖୁସି ଖବର, କିନ୍ତୁ ଏଭଳି ଘଟଣା ଯେ ପୁନରାବୃତି ନ ହେବ ତାହାର ଦାୟିତ୍ୱ କିଏ ନେବ ?

ବର୍ତମାନ ରାୟଗଡା ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ର ମାନଙ୍କ ଶିକ୍ଷାଦାନ ନିମନ୍ତେ ୫୮ ଗୋଟି ସେବାଶ୍ରମ, ୪୧ ଗୋଟି ଆଶ୍ରମ ବିଦ୍ୟାଳୟ ଏବଂ ୨ ଗୋଟି ଆବାସିକ ସେବାଶ୍ରମ ରହିଛି। କିନ୍ତୁ ଏହି ସମସ୍ତ ବିଦ୍ୟାଳୟ ମଧ୍ୟରେ ସବୁବେଳେ ଚର୍ଚ୍ଚାରେ ରହିଥାଏ ରାୟଗଡା ସଦର ମହକୁମା ଠାରୁ ମାତ୍ର ୮ କି.ମି ଦୂରରେ ଥିବା ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ। କୌଣସି ସଚିବ କିମ୍ବା ଉଚ୍ଚପଦସ୍ତ ଅଧିକାରୀ ରାୟଗଡା ଗ୍ରସ୍ତରେ ଆସନ୍ତି ତାହା ହେଲେ ଜିଲ୍ଲାସ୍ତରୀୟ ଅଧିକାରୀ ମାନ ପ୍ରଥମେ ଭାକୁରଗୁଡା ଆଶ୍ରମ ସ୍କୁଲକୁ ପରିଦର୍ଶନ ନିମନ୍ତେ ନେଇକି ଯାଉ ଥିବା ବହୁ ନଜିର୍ ଏବଂ ତାଙ୍କ ଠାରୁ ବାହାଃ ବହାଃ ନେଇଥାନ୍ତି। ଏହି ସ୍କୁଲକୁ ଭିତି କରି ଜିଲ୍ଲାରେ ଥିବା ଅନ୍ୟ ସ୍କୁଲ ଗୁଡିକ ମଧ୍ୟ ଏପରି ପରିବେଶ, ସ୍ୱଚ୍ଛତା, ଶିକ୍ଷାଦାନ ଚାଲୁଥିବା କହିବା ପାଇଁ ମଧ୍ୟ ପଛେଇ ନଥାନ୍ତି। କିନ୍ତୁ ପ୍ରକୃତରେ ଏହାର କୌଣସି ବାସ୍ତବିକତା ନଥାଏ। ଚଳିତ ମାସ ୫ ତାରିଖ ଦିନ ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ କମିଟି ଅଧ୍ୟକ୍ଷ ପଦ୍ମନାଭ ବେହେରା ଦିନିକିଆ ରାୟଗଡା ଗସ୍ତରେ ଆସିଥିଲେ। ଶ୍ରୀ ବେହେରା ଏବଂ କମିଟିର ସଦସ୍ୟ ମାନେ ଭାକୁରଗୁଡା ଆଶ୍ରମ ସ୍କୁଲ ପରିଦର୍ଶନରେ ଯାଇଥିଲେ। ସ୍କୁଲର ପରିବେଶ ଦେଶି ଖୁସିବ୍ୟକ୍ତ କରିଥିଲେ, ଏବଂ ରାଜ୍ୟର ଏହା ଏକ ଶ୍ରେଷ୍ଠ ସ୍କୁଲ ବୋଲି କହିବାକୁ ମଧ୍ୟ ପଛେଇ ନଥିଲେ। ମାତ୍ର୨୪ ଘଂଟା ନ ପୂରୁଣ ହିଁ ଭାକୁରୁଗୁଡା ଆଶ୍ରମ ସ୍କୁଲର ବାସ୍ତବ ଚିତ୍ର ପଦାକୁ ଆସିଲା। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦେଶିକା ମାନସୀ ନିମ୍ବାଲା ଦୁଇ ଦିନିଆ ରାୟଗଡା ଜିଲ୍ଲା ଗ୍ରସ୍ତରେ ଆସି ଅଚାନକ ଭାବେ ଭାକୁରଗୁଡା ଆଶ୍ରମ ସ୍କୁଲ ପରିଦର୍ଶନ ନିମନ୍ତେ ପହଂଚି ଯାଇଥିଲେ। ବିଦ୍ୟାଳୟ ପରିସରରେ ଥିବା ଅବ୍ୟବସ୍ଥା ଦେଖି ସେ ନିଜକୁ ବିଶ୍ୱାସ କରିପାରିନଥିଲେ। ପ୍ରଧାନ ଶିକ୍ଷକଙ୍କ କିଛି କହିବା ପୂର୍ବରୁ ସେ ବାହାରି ହଷ୍ଟେଲ ଅଭିମୁଖେ ପରିଦର୍ଶନ ନିମନ୍ତେ। ବାଳକ ହଷ୍ଟେଲରେ ୧୨ ଜଣ ଛାତ୍ର ଜ୍ୱରରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ, ଗାଧୁଆ ଘର ଅବସ୍ଥା ଠିକ ନଥିବା ବେଳେ ପିଇବା ପାଣିର ବ୍ୟବସ୍ଥା ଠିକ୍ ନଥିଲ, ବାଳିକା ହଷ୍ଟେଲର ପାଚେରୀ ଠିକ ନଥିଲା। ଏପରି ଦାୟିତ୍ୱହୀନତା ଭାବେ ସ୍କୁଲ ପରିଚାଳନା କରୁଥିବା ଯୋଗୁଁ କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ/ଶିକ୍ଷୟତ୍ରୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଟାନ ନେବା ପାଇଁ ମଧ୍ୟ ନିର୍ଦେଶିକା ଚେତାବନୀ ଦେଇଥିଲେ। ସାଧାରଣରେ ଏବେ ଗୋଟିଏ ପ୍ରଶ୍ନ ଓଟିଇଏଲପିର ନିର୍ଦେଶିକା ମାନସୀ ନିମ୍ବାଲଙ୍କ ଭାକୁରଗୁଡା ଆଶ୍ରମ ସ୍କୁଲ ଗ୍ରସ୍ତର ଗୋଟିଏ ଦିନ ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗ କମିଟି ଅଧ୍ୟକ୍ଷ ପଦ୍ମନାଭ ବେହେରା, ସାଲେପୁର ବିଧାୟକ ପ୍ରକାଶ ବେହେରା, ରାୟଗଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲାଲବିହାରୀ ଅଧ୍ୟକ୍ଷ ଜଗନ୍ନାଥ ନୁଣ୍ଡୃକା, ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୁକାନ୍ତ ତ୍ରିପାଠୀ, ଉପ-ଜିଲ୍ଲାପାଳ ତଥା ଭାରପ୍ରାପ୍ତ ପିଏ, ଆଇଟିଡିଏ ପ୍ରବୀର କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ପ୍ରମୁଖଙ୍କ ନଜର ଅଢୁଆଳରେ କିପରି ଏତେବଡ ଅବ୍ୟବସ୍ଥା ଲୁଚି ରହିଗଲା ତାହା ସାଧାରଣରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଠାରେ ପ୍ରକାଶ ଥାଉକି ଭାକୁରଗୁଡା ସେବାଶ୍ରମର ବାସ୍ତବତାକୁ ନେଇ ବିଭିନ୍ନ ପ୍ରଶ୍ନ ସାଧାରଣରେ ପ୍ରଶ୍ନ ଉଠିଛି, ଯେ ଷ୍ଟାଣ୍ଡିଂ କିମିଟି ପରିଦର୍ଶନ ସମୟରେ ଅବ୍ୟବସ୍ଥା ସଂପର୍କରେ କିପରି ଜାଣି ପାରିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବଂ ନିର୍ଦେଶିକାଙ୍କ ପରିଦର୍ଶନ ସମୟରେ ଜାଣି ପାରିଥିବା ଘଟଣା ଗୁଡିକ ଯଦି ସତ ହୁଏ ତାହା ହେଲେ ଏହା ଏକ ସାଂଘାତିକ ଘଟଣା ରୁପେ ବିଚାର କରାଯିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top