ଅନୁଗୁଳ

ଅନୁଗୋଳ ବାର ଆସୋସିଏସନ ପକ୍ଷରୁ ନୂତନ ସଭ୍ୟଙ୍କୁ ସ୍ୱାଗତ

ଅନୁଗୋଳ,୧୪/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ବାର ଆସୋସିଏସନ ପକ୍ଷରୁ ନୂତନ ସଭ୍ୟସଭ୍ୟାମାନଙ୍କୁ ସ୍ୱାଗତ କରାଯାଇଛି । ଏହି ପରିପ୍ରେକ୍ଷୀରେ ବୁଧବାର ମଧ୍ୟାହ୍ନରେ ଏକ ସ୍ୱାଗତ ସଭା ସଂଘର ସଭାପତି ଦିଲ୍ଲିପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବାର ଆସୋସିଏସନ ପକ୍ଷରୁ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବାସହ ସମସ୍ତ ନୂତନ ସଭ୍ୟ,ସଭ୍ୟାମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଆସୋସିଏସନର ବରିଷ୍ଠ ସଦସ୍ୟ ଭୂପେଶ ଚନ୍ଦ୍ର ପ୍ରଧାନ,ଗଣେଶ୍ୱର ସାହୁ,ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପାଦେୟ ପରାମର୍ଶ ପ୍ରଦାନ କରିବା ସହ ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଆଗାମୀ ଅପ୍ରେଲ ୨୮ତାରିଖ ଦିନ ହେବାକୁ ଥିବା ଓକିଲ ଦିବସ ତଥା ମଧୁବାବୁ ଜୟନ୍ତୀ ପାଳନ ଓ ନୂତନ କୋର୍ଟ ବିଲ୍ଡିଙ୍ଗ ଉଦ୍ଘାଟନକୁ ବାରର ସମସ୍ତ ସଭ୍ୟ,ସଭ୍ୟା ତଥା ଅନୁଗୋଳବାସୀ ସହଯୋଗ କରିବାକୁ ଉକ୍ତ ବୈଠକରେ ଆହ୍ୱାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆସୋସିଏସନର ଉପସଭାନେତ୍ରୀ ମମତା ପଟ୍ଟନାୟକ, ସହ ସମ୍ପାଦକ ଚୌଧୁରୀ ପ୍ରଧାନ,କୋଷାଧ୍ୟକ୍ଷ କୁଶ ସାହୁ, ସାଂସ୍କୃତିକ ସମ୍ପାଦକ ଅରବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଆସୋସିଏସନ ପକ୍ଷରୁ ସମସ୍ତଙ୍କୁ ମାଟି ହାଣ୍ଡିରେ ଦହି ପଖାଳରେ ଆପ୍ୟାୟିତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top