ଅନୁଗୁଳ

ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ଭିଡିଓଗ୍ରାଫି କର୍ମଶାଳା

ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ଏକ ଭିଡିଓଗ୍ରାଫି କର୍ମଶାଳା ଆୟୋଜିତ ହୋଇଯାଇଛି । ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଏହି କର୍ମଶାଳାର ଆୟୋଜନ କରାଯାଇ ଥିବାବେଳେ ଏଥିରେ ଜିଲ୍ଲାର ସମସ୍ତ ଫଟୋ ଓ ଭିଡିଓଗ୍ରାଫରମାନେ ଯୋଗ ଦେଇଥିଲେ । କର୍ମଶାଳାରେ ବିଶିଷ୍ଠ ଭିଡିଓଗ୍ରାଫର ଚନ୍ଦନ ମଜୁମଦାର ଯୋଗଦେଇ ଭିଡିଓଗ୍ରାଫର ମାନଙ୍କୁ ନୂତନ ଭିଡିଓଗ୍ରାଫିର କୌଶଳ ସମ୍ପର୍କରେ ବୁଝାଇଥିଲେ । ବର୍ତ୍ତମାନ ଆସୁଥିବା ନୂଆ ମଡେଲ କ୍ୟାମେରାଗୁଡିକରେ କିଭଳି ଅତ୍ୟାଧୁନିକ ଓ ସିନେମାଟିକ ଭିଡିଓ ଶୁଟିଙ୍ଗ କରଯାଇପାରିବ ତାହାର ବିଭିନ୍ନ କୌଶଳ ସମ୍ପର୍କରେ ଶ୍ରୀ ମଜୁମଦାର ବୁଝାଇଥିଲେ । କାର୍ମଶାଳା ରେ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ଯୋଗଦେଇ କର୍ମଶାଳାକୁ ଉଦଦ୍ଘାଟନ କରିଥିଲେ । କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାର ଫଟୋଗ୍ରାଫର ଆସୋସିଏସନ ର ଉପସଭାପତି ଅନନ୍ତ କୁମାର ନାୟକ , ସହ ସମ୍ପାଦକ ଅମ୍ବିକା ପ୍ରସାଦ ଦାସ,କୋଷଧକ୍ଷ ଛବିଳ କୁମାର ସାହୁ ଓ ବରିଷ୍ଠ ସିନେ ଫଟୋଗ୍ରାଫର ଜୟକୃଷ୍ଣ ପାତ୍ର,ସଂଘର ଆଇନ ପରାମର୍ଶ ଦାତା ଭୁପେଶଚନ୍ଦ୍ର ପ୍ରଧାନ ଆଦି ଯୋଗଦେଇ ଫଟୋ ଓ ଭିଡିଓ ଗ୍ରାଫରମାନଙ୍କୁ ନୂତନ କୌଶଳ ଆପଣେଇ ଭିଡିଓଗ୍ରାଫି କଲେ ସବୁଠି ଆଦୃତ ହୋଇ ପାରିବେ ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ ବାର୍ଷିକ ସଦସ୍ୟତା ରାଶି ପ୍ରଦାନ କରିଥିବା ଫଟୋଗ୍ରାଫରମାନଙ୍କୁ ବୀମା ଓ ପରିଚୟପତ୍ର ପ୍ରଦାନ କରଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top