ଅନୁଗୋଳ ଜିଲ୍ଲା ସିଲାଟ୍ ମାର୍ଶାଲ ଆର୍ଟ ଖେଳାଳୀଙ୍କ କୃତିତ୍ୱ

ଅନୁଗୋଳ, ୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ଓଡିଶାର ବରଗଡ ଜିଲ୍ଲାରେ ପିନାକ୍ ସିଲାଟ୍ ମାର୍ଶାଲ ଆର୍ଟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶାର ସବୁ ଜିଲ୍ଲାର ଖେଳାଳୀମାନେ ଭାଗ ନେଇଥିଲେ। ଅନୁଗୋଳ ଜିଲ୍ଲାର ଅନେକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ସୋମେନ୍ ସୌରଭ ବାରିକ୍ (୧୭), ରିତିକ୍ଷ୍ସା ପୋଥାଲ୍(୧୧), ତନିଷ୍କା ମେଦିନ୍ରାୟ (୭), ତାମ୍ର ପଦକ ଅର୍ଜ୍ଜନ କରିଥିବା ସ୍ଥଳେ ଏସ୍ ସାଇସ୍ନୁ ସୈଦୀପ (୮) ରୋପ୍ୟପଦକ ପ୍ରାପ୍ତ କରିଛନ୍ତି। ଏଥିରେ ଅନୁଗୋଳ ଜିଲ୍ଲାର ସଭାପତି ଚନ୍ଦ୍ର ଶେଖର ଭୂତିଆ ଓ ସମ୍ପାଦକ ଅମରଜିତ୍ ଗଡନାୟକ ପ୍ରତିଯୋଗୀମାନଙ୍କୁ ଅଭିଭାଦନ ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ଟିମ୍ ମ୍ୟାନେଜର ଶ୍ରୀଯୁକ୍ତ ଡିଲେଶ୍ୱର ବାରିକ ଓ କୋଚ ଶକ୍ତି ପ୍ରସାଦଙ୍କୁ ଖେଳାଳୀ ମାନଙ୍କ କୃତିତ୍ୱ ପାଇଁ ଅନୁଗୋଳବାସୀ କୃତଜ୍ଞତା କଣାଇଛନ୍ତି।

Leave a Reply

Your email address will not be published. Required fields are marked *