ଅନୁଗୁଳ

ଅନୁଗୋଳ ଇଣ୍ଡିଆନ୍ ବ୍ୟାଙ୍କ୍ ରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିଲେ ଡକାୟତ

ଅନୁଗୋଳ, ୭/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ବ୍ୟାଙ୍କ ଲୁଟେରାଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଅନୁଗୋଳ। ବନ୍ଧୁକ ମୁନରେ ଭୟ ସଂଚାର କରି ଲୁଟି ନେଉଛନ୍ତି ଗୋଟିଏ ପରେ ଗୋଟିଏ ବ୍ୟାଙ୍କ। ପୋଲିସ ହାତ କିନ୍ତୁ ଖାଲି ରହିଛି। ଲୁଟେରାଙ୍କୁ ଧରିବା ତ ଦୂରର କଥା ଲୁଟ ସମ୍ପର୍କରେ କୈାଣସି ସଠିକ୍ ସୁରାକ ପାଉନି ଅନୁଗୋଳ ପୋଲିସ। ଏପରି ଲାଗୁଛି ଡକାୟତଙ୍କ ଖୋଲା ଚାଲେଞ୍ଜକୁ ମୁକାବିଲା କରିବା ପରିସ୍ଥିତିରେ ନାହିଁ ଖାକି ବାହିନୀ। ଗତ ଏପ୍ରିଲ ମାସ ୭ ତାରିଖରେ ଅନୁଗୋଳ ବଜାର ଛକସ୍ଥିତ ଆନ୍ଧ୍ର ବ୍ୟାଙ୍କରୁ ଲୁଟେରାମାନେ ପ୍ରାୟ ୪୦ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟିଥିବା କଥା ମନରୁ ନିନିଭୁଣୁ ଆଜି ଅନୁଗୋଳ ସହର ହରିମହୁରୀ ଛକରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ପୁଣି ଏକ ବଡ଼ ଧରଣର ଲୁଟ୍ ହୋଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୦.୦୫ ରେ ବ୍ୟାଙ୍କ ଖୋଲିବାର ଅଳ୍ପ ସମୟ ମଧ୍ୟରେ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରି ତଥା କର୍ମଚାରୀ ଓ ଉପସ୍ଥିତ ଉପଭୋକ୍ତାଙ୍କୁ ବନ୍ଧୁକ ଦେଖାଇ ନଗଦ ପ୍ରାୟ ୫ଲକ୍ଷ ଏବଂ ଲକର ଭାଙ୍ଗି ୧୦କି.ଗ୍ରା, ରୁ ଅଧିକ ସୁନାଗହଣା ଓ କିଛି ମୋବାଇଲ ମଧ୍ୟ ଛଡ଼ାଇ ନେଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବ୍ୟାଙ୍କ ଖୋଲୁ ଖୋଲୁ ୪ଜଣ ଦୁବୃର୍ତ ହଠାତ ବ୍ୟାଙ୍କ ଭିତରକୁ ପଶି ଆସି ପ୍ରଥମେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିବା ପରେ ଶାଖା ପରିଚାଳକ ସ୍କୃତିରଞ୍ଜନ ଶତପଥୀଙ୍କୁ ଷ୍ଟ୍ରଙ୍ଗ ରୁମ୍ ଖୋଲିବାକୁ କହିଥିଲେ। ତେବେ ସେ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରିବାସହ ବନ୍ଧୁକରେ ଗୁଳି କରି ଦେବାକୁ ଧମକ ଦେଇଥିଲେ। ଭୟରେ ମ୍ୟାନେଜର ଜଣକ ଷ୍ଟ୍ରଙ୍ଗରୁମ୍ କବାଟ ଖୋଲି ଦେଇଥିଲେ। ଏହାପରେ ଡକାୟତମାନେ ମାତ୍ର ୧୫ମିନିଟ୍ ରେ ଲକ୍ଷ ଲକ୍ଷ ଟଙ୍କା, ନଗଦ ସୁନାଗହଣା ଧରି ଆଖି ପିଛୁଳାକେ ଚମ୍ପଟ ମାରିଥିଲେ। ପରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ଚିରାଚରିତ ଢଙ୍ଗରେ ତଦନ୍ତ ଆରମ୍ଭ କରିଛି। ତେବେ ଅନୁଗୋଳବାସୀ ପୋଲିସର ପାରିବାପଣିଆ ଉପରେ ସନ୍ଦେହ ପ୍ରକଟ କରିବାସହ ପୋଲିସର କାର୍ଯ୍ୟ କେବଳ ହେଟମେଟ ଚେକିଙ୍ଗ୍ ରେ ସୀମିତ ରହିଯାଇଛି ବୋଲି ଆଲୋଚନା କରୁଛନ୍ତି। ଅପର ପକ୍ଷରେ ବ୍ୟାଙ୍କଗୁଡ଼ିକର ସୁରକ୍ଷା କଡ଼ାକଡ଼ି କରାଯାଉନଥିବାରୁ ଗ୍ରାହକମାନେ ଗଭୀର କ୍ଷୋଭ ପ୍ରକାଶ କରିବାସହ ବ୍ୟାଙ୍କରେ ରଖିଥିବା ନିଜର ଗଚ୍ଛିତ ଟଙ୍କା ଓ ସୁନାଗହଣାର ସୁରକ୍ଷା ପ୍ରତି ସନ୍ଦିହାନ୍ ହୋଇପଡ଼ିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top