ଅନୁଗୁଳ

ଅନୁଗୋଳରେ ୧୨ ଘଂଟିଆ ବନ୍ଦ ପାଳନ

ଅନୁଗୋଳ,୧୨/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ତରଫରୁ ୪ ଦଫା ଦାବୀ ନେଇ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ଏମ୍.ସି.ଏଲ ପକ୍ଷରୁ ତାଳଚେରଠାରେ ନିର୍ମିତ ହେଉଥିବା ମେଡ଼ିକାଲ କଲେଜ ଓ ହସପିଟାଲକୁ ସରକାରୀ ପରିଚାନାରେ ଚଳିତ ବର୍ଷଠାରୁ କାର୍ଯ୍ୟକ୍ଷମ କରିବା,ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେଶାଲିଟି ହସପିଟାଲରେ ପରିଣତ କରି ମେଡ଼ିକାଲ କଲେଜରେ ପରିଣତ କରିବା,ଜିଲ୍ଲା ମୂଖ୍ୟ ଚିକତ୍ସାଳୟ ସଂଲଗ୍ନ ପୋଲଟ୍ରି ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ପୋଲଟ୍ରି ଫାର୍ମ ଜାଗାକୁ ମୂଖ୍ୟ ଚିକତ୍ସାଳୟକୁ ହସ୍ତାନ୍ତରିତ କରିବା,ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମେତ ତାଳଚେର, ପାଲଲହଡ଼ା, ଆଠମଲ୍ଲିକ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ସମେତ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର,ନର୍ସ,କର୍ମଚାରୀ ଆଦି ପଦବୀକୁ ସ୍ଥାୟୀଭାବେ ପୂରଣ କରାଯିବା ନେଇ ଏହି ବନ୍ଦ ଆନେ୍ଦାଳନ କରାଯାଇଥିଲା । ଅନୁଗୋଳର ହୁଲୁରୁସିଙ୍ଗା,ଆଠମଲ୍ଲିକ ଆଦି ସ୍ଥାନରେ ରାସ୍ତାରୋକ ଏବଂ ସହର ମଧ୍ୟରେ ବସ ଚଳାଚଳ ବନ୍ଦ କରାଯାଇଥିଲା । ସେହିପରି ଅନୁଗୋଳ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଥିବାର ଲକ୍ଷ୍ୟ କରାଯାଇଥିଲା । ତେବେ ତାଳଚେର, ପାଲଲହଡ଼ା ଉପଖଣ୍ଡରେ ବନ୍ଦ ପାଳନର କୈାଣସି ପ୍ରଭାବ ପରିଲକ୍ଷିତ ହୋଇନଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top