ଅନୁଗୁଳ

ଅନୁଗୋଳରେ ପଂଚାୟତରାଜ ଦିବସ ପାଳିତ

 

ଅନୁଗୋଳ, ୫/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳରେ ଜିଲ୍ଲାସ୍ତରୀୟ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଦିବସ ତଥା ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବାସହ ତାଙ୍କର ଜୀବନୀ ଓ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ବିଜୁ ବାବୁଙ୍କର ଶିଳ୍ପ ନୀତି ଓ ଚିନ୍ତାଧାରା ଓଡ଼ିଶାକୁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କ ଉଦ୍ୟମ ପ୍ରଂଶସନୀୟ ଥିଲା। ପଂଚାୟତରାଜ ବ୍ୟବସ୍ଥାରେ କ୍ଷମତା ବିକେନ୍ଦ୍ରୀକରଣ ସହ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ହେବା ଦ୍ୱାରା ଏହା ସୁଦୃଢ଼ ହୋଇପାରିଛି। ମୁଖ୍ୟ ବକ୍ତାଭାବେ ଅନୁଗୋଳ ସ୍ୱଂୟଶାସିତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡା. ଶାନ୍ତନୁ କୁମାର ସର ଯୋଗ ଦେଇ କପିଳେନ୍ଦ୍ର ଦେବଙ୍କ ପରେ ବିଜୁ ବାବୁଙ୍କୁ ଓଡ଼ିଆ ଜାତିର ୨ୟ ମହାନାୟକଭାବେ ଅଭିହିତ କରିବାସହ ଓଡ଼ିଆଜାତିର ସମନ୍ୱିତ ବିକାଶର ସ୍ୱପ୍ନ ଦେଖୁଥିଲେ। ପ୍ରଶାସନକୁ ନିକଟତର କରିବାପାଇଁ ସେ ୧୩ଟି ଜିଲ୍ଲାକୁ ୩୦ ଜିଲ୍ଲାରେ ପରିଣତ କରିବାସହ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସେ ମହାନ ପୃଷ୍ଠପୋଷକ ଥିଲେ। ପ୍ରାରମ୍ଭରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ସମସ୍ତଙ୍କ ସ୍ୱାଗତ ଜଣାଇବାସହ ବିଜୁ ପଟ୍ଟନାୟକଙ୍କୁ ଝଡ଼ର ଇଗଲ ଓ ପ୍ରବାଦ ପୁରୁଷ ମତବ୍ୟକ୍ତ କରିବାସହ ତାଙ୍କର ଛାତ୍ର ଜୀବନ ଓ ରାଜନୈତିକ ଜୀବନ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିଭାବେ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଶ୍ରୀନିବାସ ବେହେରା, ଉପଜିଲ୍ଲପାଳ ସରୋଜକାନ୍ତ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଇନ୍ଦ୍ରମଣି ଗଡ଼ନାୟକ ପ୍ରମୁଖ ଯୋଗ ଦେଇ ବିଜୁ ବାବୁଙ୍କର ଓଡ଼ିଶା ପ୍ରତି ରହିଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ ମାସ ମଧ୍ୟରେ ଘର ନିର୍ମାଣ କରିଥିବା ଜିଲ୍ଲାର ବିଭିନ୍ନ ବ୍ଲକର ମୋଟ ୨୨ଜଣ ହିତାଧିକାରୀଙ୍କୁ ୨୦ହଜାର ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ଦିଆଯିବା ସହ ଚଳିତ ବର୍ଷ ନିମନ୍ତେ ଜିଲ୍ଲାର ୧୩ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସେହିପରି ଗ୍ରାମ ପଂଚାୟତର ସାମଗ୍ରିକ ବିକାଶ ପାଇଁ ଶ୍ରେଷ୍ଠ ପଂଚାୟତ ଭାବେ ଛେଣ୍ଡିପଦା ବ୍ଲକର ପରଙ୍ଗ ଗ୍ରାମ ପଂଚାୟତକୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ପଂଚାୟତରାଜ ଦିବସ ମଧ୍ୟ ବ୍ଲକ ଓ ପଂଚାୟତ ସ୍ତରରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟୁଷା ଅମାନ୍ତ ସଂଯୋଜନା କରିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଉମାକାନ୍ତ ରାଜ, ଅଭିନାଶ କୁମାର ମହାନ୍ତି ଓ ରାଜେଶ କୁମାର କୁଣ୍ଡୁଙ୍କ ସମେତ କର୍ମଚାରୀମାନେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top