ଅନୁଗୁଳ

ଅନୁଗୋଳରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର

ଅନୁଗୋଳ, ୩/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଏକ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅନିଲ କୁମାର ସାମଲ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଯୋଗ ଦେଇଥିଲେ। ଶିବିରରେ ଦାଖଲ ହୋଇଥିବା ମୋଟ ୨୬ଟି ଅଭିଯୋଗରୁ ୨୪ଟି ବ୍ୟକ୍ତିଗତ ଓ ୨ଟି ଗ୍ରାମ୍ୟ ଭିତିକ ସମସ୍ୟା ସମ୍ପର୍କିତ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୨ଜଣଙ୍କୁ ୨ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ଜଣଙ୍କୁ ୧୪ହଜାର ଟଙ୍କାର ଆର୍ଥିକ ସହାୟତା ଚିକିତ୍ସା ନିମନ୍ତେ ପ୍ରଦାନ କରାଯାଇଥିଲା। ଏତଦ୍ ବ୍ୟତୀତ ପୂର୍ବରୁ ପଡ଼ି ରହିଥିବା ୫ଟି ଅଭିଯୋଗର ମଧ୍ୟ ସମାଧାନ ମଧ୍ୟ କରାଯାଇ ଥିଲା। ଏହି ଶିବିରକୁ ଆସିଥିବା ଲୋକେ ସାଧାରଣତଃ ଭତା, ଇନ୍ଦିରା ଆବାସ, ବିଜୁ ପକ୍କା ଘର, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ, ରାସ୍ତା ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ବିସ୍ଥାପନ ଓ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ଜିଲ୍ଳାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଶିବିରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲ୍ଳାପାଳ ସରୋଜକାନ୍ତ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଗୈାରି ଶଙ୍କର ବଳ, ଡେପୁଟି କଲେକ୍ଟର ବଇତୁରା ଦୀପ, ଆସିଷ୍ଟାଂଟ କଲେକ୍ଟର ଲମ୍ବୋଦର ମାରାଣ୍ଡିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top