ଜିଲ୍ଲା ପରିକ୍ରମା

ଅନୁକୂଳଚନ୍ଦ୍ର ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଠାକୁର ଅନୁକୂଳଚନ୍ଦ୍ରଙ୍କର ୯୬ ତମ ପୂଣ୍ୟ ଉତ୍କଳଆଗମନୀ ସ୍କୃତିମହୋତ୍ସବ ରବିବାର ଦିନଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଏହି ଅବସରରେ ଠାକୁର ବାଡିରେ ଉଷା କିର୍ତନ କରାଯିବା ସହ ଉତ୍ସବରେ ଶୁଭାରମ୍ଭ ହୋଇଥିଲା। ପରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରି ତାଳବଣିଆକୁ ଯାଇଥିଲା। ଠାକୁର ଅନୁକୂଳଙ୍କ ସମେତ ବଡଦା ଓ ବଡ ମା’ଙ୍କ ପ୍ରତିମୂର୍ତ୍ତୀକୁ ୩ ଟି ରଥରେ ରଖାଯାଇ ଶୋଭାଯାତ୍ରାରେ ନିଆଯାଇଥିଲା। ହଜାର ହଜାର ଅନୂକୁଳ ଚନ୍ଦ୍ର ଭକ୍ତ ଏହି ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଶେଭା ଯାତ୍ରାକୁ ଅନୂଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତାଳବଣିଆରେ ଆୟୋଜିତ ଆଧ୍ୟାତ୍ମିକ ସାଧାରଣ ସଭାରେରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଠାକୁର ଅନୂକୁଳଚନ୍ଦ୍ରଙ୍କର ଆଦର୍ଶ ପ୍ରତ୍ୟକଙ୍କୁ ଏକ ଉଚିତ ମାର୍ଗରେ ଜୀବନ ଧାରଣ କରିବା ପାଇଁ ପ୍ରେରଣା ଯୋଗାଇଛି ବୋଲି କହିଥିଲେ। ଉତ୍ସବ କମିଟି ଉପସଭାପତି ବିନାୟକ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୂଷ୍ଠିତ ଏହି ସଭାରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ଦିଲ୍ଲୀ ସତସଂଙ୍ଗ ବିହାର ସଚିବ ଜତୀନ୍ଦ୍ର ନାଥ ମହାନ୍ତି ଉତ୍ସବ କମିଟି ସଂପାଦକ ଡମ୍ବରୁଧର ଦାସ, ନୃସଂହ ପ୍ରସାଦ ତ୍ରୀପାଠୀ ପ୍ରମୁଖ ଉଦବୋଧନ ଦେଇ କହିଲେ ଠାକୁର ବାଣୀ ଓ ଆଦର୍ଶର ପ୍ରଭାବରେ ବ୍ୟକ୍ତିର ଚରିତ୍ରର ପରିବର୍ତ୍ତନ ହୋଇପାରିବ। ଏଥିସହ ସଂସାର ଓ ଦେଶର ମଧ୍ୟ ଉନ୍ନତି ହେବ। ସଦଗୁରୁଙ୍କ ଦ୍ୱାରା ପରିଚାଳିତ     ବ୍ୟକ୍ତି ଭଣ୍ଡଙ୍କ ଦ୍ୱାରା ପରିଚାଳିତ ହେବେ ନାହିଁ। ଠାକୁର ଏ ଯୁଗର ଯଚଗ ପୁରୁଷତ୍ତମ ବୋଲି ବକ୍ତା ଗଣ ଦର୍ଶାଇଥିଲେ। ଏହି ଅବସରରେ ପୂର୍ତି ମୂର୍ଚ୍ଚନା ସିଡି ଉନ୍ମୋଚନ କରାଯାଇଥିଲା। ପ୍ରସନ୍ନ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶେଷରେ ଉତ୍ସବ କମିଟି ଉପସଭାପତି ହୃଷିକେଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top