ଜିଲ୍ଲା ପରିକ୍ରମା

ଅନୀଲ ବାରିକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଖର୍ସନମାଲ ଚମ୍ପିଆନ

ସମ୍ବଲପୁର, ୮/୧୧ (ଓଡ଼ିଆ ପୁଅ) – ଦୀପାବଳି ଅବସାରରେ ଡଙ୍ଗରପଡ଼ା ସ୍ଥିିତ ଖେଳ ପଡ଼ିଆରେ ସ୍ୱର୍ଗତ ଅନୀଲ ବାରିକ ସ୍ମାରକୀ ଏକଦ୍ୱିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଖର୍ସନମାଲ ଦଳ ବିଜୟୀ ହୋଇଛନ୍ତି। କାଣିବୁନ୍ଦଲିକୁ ୦-୧ ଗୋଲରେ ପରାସ୍ତ କରି ଖର୍ସନମାଲ ଚମ୍ପିଆନ୍ ହୋଇଛି। ଜୟ ମାଁ ପୀତାବଳୀ କ୍ଲବ ଆନୁକୂଲ୍ୟରେ କଦଳୀମୁଣ୍ଡା, ପଧାନପାଲି, ବନପଡ଼ା, ଗୁଡ଼େସିଂହା, ପଟୁଆବାହାଲ, ରୂପାପାଲି ପ୍ରମୁଖ ୮ଟି ଦଳକୁ ନେଇ କିଶୋର କୁମାର ପଣ୍ଡା, ତରଣୀ ଡନସେନା, ରାଜାରାମ ଓରାମ ଓ ବରୁଣ ଓରାମ ଖେଳ ପରିଚାଳନା କରିଥିଲେ। ଆରମ୍ଭରେ ସମାଜସେବୀ ଦିଲ୍ଲୀପ କୁମାର ପଣ୍ଡା ଏବଂ ଗୋପାଳ ପ୍ରସାଦ ପଣ୍ଡା ସମଲେଶ୍ୱରୀଙ୍କ ପ୍ରତିଛବିରେ ଦୀପ ପ୍ରଜ୍ୱଳନ କରି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଉଦ୍ୟାପନୀ ଉତ୍ସବରେ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର କୁମାର ମହାପାତ୍ର, ସାମ୍ବାଦିକ ଡା. ରାଜାରାମ ଷଡ଼ଙ୍ଗୀ, ପୂର୍ବତନ ଜିଳ୍ଲା ପରିଷଦ ସଦସ୍ୟ ଦେବାନନ୍ଦ ଭୋସାଗର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଏହାକୁ ସୁବ୍ରତ ସାହୁ, ଅଶ୍ୱିନୀ କୁମାର ପ୍ରଧାନ, ଶୁଭମ ପୁରୋହିତ, ଅର୍ଜୁନ ପ୍ରଧାନ, ନକୁଳ ସାହୁ, ସଞ୍ଜୟ ନାଏକ, ପ୍ରତାପ କୁମାର ନାଏକ ଓ ଭଗବାନ ପଧାନ ପ୍ରମୁଖ ସଂଘର କର୍ମକର୍ତ୍ତା ପରିଚାଳନା କରିଥିବା ବେଳେ ଶେଷରେ ସୁବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top