କେନ୍ଦୁଝର

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଡ଼ାକସେବକଙ୍କ ଧର୍ମଘଟ ଡାକ ସେବା ଠପ

ତୁରୁମଙ୍ଗା ୨୨ ମଇ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲା ପାଟଣା ବ୍ଲକ ର ପାଟଣା ତୁରୁମୁଙ୍ଗା ରାଜନଗରରେ ଆଜି ସକାଳ ୬ ଘଟିକା ଡାକଘର ସମ୍ମୁଖରେ ଡାକ ସେବକମାନଙ୍କର ଅନିର୍ଦ୍ଧିଷ୍ଟକାଳ ଧର୍ମଘଟ ଯୋଗୁ ଡାକ ସେବା ଠପ୍ ହୋଇଯାଇଥିବା ଦେଖିବାକୁ ମିଳିଛି। ଫଳରେ ଦୂରଦୁରାନ୍ତରୁ ଆସିଥିବା ଗ୍ରାହକମାନଙ୍କ ମଧ୍ୟରେ ଏ ନେଇ ଅସନ୍ତୋଷ ଦେଖାଦେଇଛି। ଗ୍ରାମ୍ୟ ଡାକ ସେବକଙ୍କ ଉନ୍ନତି ନିମନ୍ତେ ଗତ ୨୪ ନଭେମ୍ବର ୨୦୧୬ରେ କେନ୍ଦ୍ରସରକାର କମଳେସ ଚନ୍ଦ୍ରା ନାମକ ଏକ କମିଟି ଗଠନ କରି ଡାକ ସେବା ବୋର୍ଡକୁ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ଅର୍ପଣ କରିଥିଲେ। ଏହି ରିପୋର୍ଟଟି ପ୍ରସ୍ତୁତ କରିବାକୁ କମିଟି ପ୍ରାୟ ୧ ବର୍ଷ ସମୟ ନେଇଥିବା ବେଳେ ସରକାରଙ୍କର ନିକଟରେ ନିଜର ରିପୋର୍ଟ ପ୍ରଦାନ କରିଥିଲେ। ଏହା ଭିତରେ ୧୭ ମାସ ବିତିଯାଇଥିଲେ ମଧ୍ୟ ଉକ୍ତ ରିପୋର୍ଟକୁ ସରକାର ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନଥିବା ଧର୍ମଘଟରେ ବସିଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଡାକ କର୍ମଚାରୀଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିମନ୍ତେ ସରକାରଙ୍କ ଧାର୍ଯ୍ୟ ଦରମା ପ୍ରଦାନ ସହିତ ପେନସନ ବ୍ୟବସ୍ଥା ଲାଗୁ କରିବା ନେଇ ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ମେ ମାସ ୪ ତାରିଖରେ ଡାକସେବା ବୋର୍ଡକୁ ୨୨ ତାରିଖ ମଙ୍ଗଳବାର ଠାରୁ ଅନିର୍ଦ୍ଧିଷ୍ଠକାଳ ଧର୍ମଘଟ ନିମନ୍ତେ ଚେତାବନୀ ଦେଇଥିଲେ। ଏହି ଦାବି ପୂରଣ ହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ବୋଲି କର୍ମଚାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top