ଅନାସ୍ଥା ପ୍ରସ୍ତାବ ବ୍ୟବସ୍ଥା ଉଚ୍ଛେଦ ପାଇଁ ସରପଂଚ ମହାସଂଘର ଦାବି

କୋରାପୁଟ ;ତା୧୦-୦୭-୧୮(ଓଡିଆପୁଅ /ରଂଜନ କୁମାର ଦାସ) ସରପଂଚ ମାନଙ୍କ ବିରୁଦ୍ଧରେ ଥିବା ଅନାସ୍ଥା ପ୍ରସ୍ତାବ ଉଚ୍ଛେଦ କରା ଯିବାକୁ କୋରାପୁଟ ଜିଲା ସରପଂଚ ମହାସଂଘ ଦାବି କରିଛି । ଜିଲା ମହାସଂଘ ଏନେଇ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛି । ଏହା ବ୍ୟତୀତ ସେମାନଙ୍କ ଅନ୍ୟାନ୍ୟ ଦାବି ପୂରଣ ନିମନ୍ତେ ସରକାରଙ୍କୁ ଅନୁରୋଧ କରା ଯାଇଛି ।ଦାବିପତ୍ରରେ ଦର୍ଶା ଯାଇଛି ଯେ,ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀତାରେ ପଂଚାୟତର ଭୂମିକା ଗୁରୂତ୍ୱ ପୂର୍ଣ ରହିଛି,କିନ୍ତୁ ପଂଚାୟତ ପ୍ରତିନିଧିମାନେ ବିଭିନ୍ନ ସମସ୍ୟାରେ ଥିବାବେଳେ ଏହାର ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବାରୁ କାମ କରିବାରେ ଅସୁବିଧା ହେଉଛି ବୋଲି ସଂଘ ଉଲେଖ କରିଛି । ତେଣୁ ପଂଚାୟତ ପ୍ରତିନିଧି ମାନଙ୍କ ଭତା ବୃଦ୍ଧି,କ୍ଷମତା ବିକେନ୍ଦ୍ରୀକରଣ,ଦୁର୍ଘଟଣା ଜନୀତ କ୍ଷତି ପୂରଣ,ମଡେଲ ପଂଚାୟତ ଗୃହ ନିର୍ମାଣ,ହରିଶ୍ଚନ୍ଦ୍ର ଯୋଜନାର ବକେୟା ଅନୁଦାନ ହସ୍ତାନ୍ତର,କୋରାପୁଟ ଜିଲା ନିମନ୍ତେ ସ୍ୱତନ୍ତ୍ର ଯୋଜନା ଘୋଷଣା,ଭୂବନେଶ୍ୱରରେ କୋରାପୁଟ ଭବନ ନିର୍ମାଣ,ସେମିଲିଗୁଡାରୁ ବୋରିଗମା ଯାଏ ୪ଲାଇନ ରାସ୍ତା ନିର୍ମାଣ କରିବାକୁ ଦାବି କରା ଯାଇଛି । ମହାସଂଘ ସଭାପତି ଭଗବାନ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ସଭାପତି ପ୍ରଭୂ ଯାନୀ,ଉପସଭାପତି ତୂଳସୀ କୁର୍ଷାନୀ,ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ କୋମଲୁ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *