ଅନାସ୍ଥା ପ୍ରସ୍ତାବ: ବିଜେପିକୁ NDA ଉପରେ ସମ୍ପୂର୍ଣ୍ଣ ଭରସା, ଶିବସେନା-ଅକାଲୀ ଦଳ ରହିବେ ସରକାରଙ୍କ ସାଥିରେ

ବିରୋଧି ଦଳକୁ ଘେରିବା ପାଇଁ BJPର ରଣନୀତି ପ୍ରସ୍ତୁତ

ନୂଆ ଦିଲ୍ଲୀ ୨୦-୭ (ଓଡ଼ିଆ ପୁଅ) ଲୋକସଭାରେ ଅନାସ୍ଥା ପ୍ରସ୍ତାବର ଗୋଟିଏ ଦିନ ପୂର୍ବରୁ ଗୁରୁବାରଦିନ ବିଜେପିର ତୁଙ୍ଗ ନେତା ଏବଂ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ଏନଡିଏର ସହଯୋଗୀ ଏବଂ ଅଣ-କଂଗ୍ରେସ ଦଳ ଗୁଡ଼ିକୁ ତାଙ୍କର ସମର୍ଥନ ପାଇଁ ସଂପର୍କ କରିଛନ୍ତି ଏବଂ ଚର୍ଚ୍ଚା ସମୟରେ ବିରୋଧି ଦଳର ପ୍ରତିଦ୍ୱନ୍ଦିତା କରିବାର ରଣନୀତି ପ୍ରସ୍ତୁତ କରାଯାଇଛି।

ତୁଙ୍ଗ ବକ୍ତା ରଖିବେ ସରକାରଙ୍କର ପକ୍ଷ
ବିଜେପିର ଅଧ୍ୟକ୍ଷ ଅମିତ ଶାହ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ପାର୍ଟୀର ସାଂସଦମାନଙ୍କ ସହିତ ସଂସଦ ଭବନରେ ମିଟିଙ୍ଗ କରି ଶୁକ୍ରବାରଦିନ ଚର୍ଚ୍ଚା ସମୟରେ କଂଗ୍ରେସ ଏବଂ ଅନ୍ୟ ବିରୋଧି ଦଳ ଉପରେ ସତ୍ତାଧାରୀ ଦଳ ପକ୍ଷରୁ ଚର୍ଚ୍ଚାରେ ଆକ୍ରମଣ କରିବା ଉପରେ ବିଚାର-ବିମର୍ଶ କରିଥିଲେ। ବିଜେପି ତରଫରୁ କୁହାଯାଇନାହିଁ ସରକାରଙ୍କର ତରଫରୁ କେଉଁ କେଉଁ ନେତାମାନଙ୍କୁ କହିବାପାଇଁ ମୌକା ଦିଆଯିବ। ଓବିସି ନେତା ହୁକୁମଦେବ ନାରାଯଣ ଯାଦବ, ବିଜେପି କିସାନ ମୋର୍ଚ୍ଚାର ପ୍ରମୁଖ ବୀରେନ୍ଦ୍ର ସିଂହ ଏବଂ ପାର୍ଟିର ମୁଖ୍ୟ ସଚେତକ ଅନୁରାଗ ଠାକୁର ସରକାରଙ୍କର ପକ୍ଷ ରଖିପାରନ୍ତି।

ଲୈଙ୍ଗିକ ଅଧିକାର ଉପରେ କଂଗ୍ରେସକୁ ଘେରିବ ସରକାର
ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବକ୍ତାଭାବେ ସାମିଲ ହେବାର ସମ୍ଭାବନା ଅଛି। ସେ ଲୈଙ୍ଗିକ ଅଧିକାର ଉପରେ କଂଗ୍ରେସର ନିନ୍ଦା କରିବା ପାଇଁ ତିନ ତଲାକ ଏବଂ ହଲାଲା ପରି ବିଷୟ ଉଠାଇବେ। ବିଜେପିକୁ ନିଜ ପକ୍ଷ ରଖିବା ପାଇଁ ସାଢ଼େ ତିନି ଘଣ୍ଚାର ସମୟ ଦିଆଯାଇଛି, କଂଗ୍ରେସକୁ ପ୍ରାୟତଃ ୪୦ ମିନଟ ସମୟ ମିଳିବ।

ପିଏମ ମୋଦୀ ହେବେ ଚର୍ଚ୍ଚାରେ ଅନ୍ତିମ ବକ୍ତା
ବିଜେପି ତରଫରୁ ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ରେ ଜଣେ-ଜଣେ ସାଂସଦଙ୍କୁ ମଧ୍ୟ କିଛି ମିନଟ କହିବାର ମୌକା ଦିଆଯାଇପାରେ। ଏହି ତିନି ରାଜ୍ୟରେ ଚଳିତ ବର୍ଷର ଶେଷରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚର୍ଚ୍ଚାର ଅନ୍ତିମ ବକ୍ତା ହେବେ। ସୂତ୍ରରୁ ଜଣାପଡ଼ିଛିଯେ, ସେ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କହିପାରନ୍ତି।

ଅସନ୍ତୁଷ୍ଟ ଶତ୍ରୁଘ୍ନ ପାର୍ଟୀ ଲାଇନ ସହିତ ରହିବେ
ଲୋକସଭା ସ୍ପୀକର ସୁମିତ୍ରା ମହାଜନ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂଧ୍ୟାରେ ୬ଟା ବେଳେ ସମୟ ସ୍ଥିର କରିଛନ୍ତି। କିନ୍ତୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ନିଜର ସଂବୋଧନ ଆରମ୍ଭ କରିପାରନ୍ତି। ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କର କହିବା ସମୟରେ ବିରୋଧି ଦଳର ୱାକଆଉଟ କରିବାର ମଧ୍ୟ ଆଶଂକା ଅଛି। ଗତ କିଛି ସମୟରେ ପାର୍ଟିରୁ ଅସନ୍ତୁଷ୍ଟ ଚାଲୁଥିବା ବିଜେପିର ସାଂସଦ ଶତ୍ରୁଘ୍ନ ସିହ୍ନା କହିଲେ କି ସେ ସବୁବେଳେ ‘ରାଜ ଧର୍ମ କିମ୍ବା ପାର୍ଟୀ ଧର୍ମ’ର ପାଳନ କରନ୍ତି ଏବଂ ସେ ‘ସଂକଟର ଏହି ସମୟରେ’ ପାର୍ଟୀ ସାଥିରେ ରହିବେ। ବିଜେପିରୁ ନିଳମ୍ବିତ କୀର୍ତ୍ତି ଆଜାଦ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ତାଙ୍କ ପତ୍ନୀଙ୍କର ଲଣ୍ଡନ ଚିକିତ୍ସା ଚାଲୁଛି।

ବିଜେପିର ଅସନ୍ତୁଷ୍ଟ ସାଂସଦ ମଧ୍ୟ ପ୍ରସ୍ତାବର ବିରୋଧରେ ?
ଲୋକସଭା ନିର୍ବାଚନର ପ୍ରାୟ ଏକ ବର୍ଷରୁ କମ ସମୟ ଅଛି। ଏହାକୁ ନଜରରେ ରଖି ପାର୍ଟରୁ ଅସନ୍ତୁଷ୍ଟ ଚାଲୁଥିବା କିମ୍ବା ଲୋକସଭା ନିର୍ବାଚନରେ ଟିକେଟ ମିଳିବାର ଆଶା ନରଖିଥିବା ବିଜେପି ସାଂସଦ ମଧ୍ୟ ପାର୍ଟୀ ତରଫରୁ ଜାରୀ ହ୍ୱିପର ଉଲ୍ଲଂଘନ କରିବାକୁ ଚାହିଁବେ ନାହିଁ କାରଣ ଏଥିରେ ତାଙ୍କ ସଦସ୍ୟତା ସମାପ୍ତ ହୋଇପାରେ। ହ୍ୱିପ ବିରୁଦ୍ଧରେ ଭୋଟ ଦେବାରେ ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ବିଜେପିର ଟିକଟ ନ ମିଳିବା ପକ୍କା ହୋଇଯିବ।

ବିଜେପି ଅନାସ୍ଥା ପ୍ରସ୍ତାବ ଉପରେ ସମର୍ଥନ ପାଇଁ ଅନ୍ୟ ଦଳଗୁଡ଼ିକୁ ମଧ୍ୟ ସଂପର୍କ କରିଛି। ଶାହ ଏନଡିଏରେ ସହଯୋଗୀ ଶିବ ସେନାର ପ୍ରମୁଖ ଉଦ୍ଧବ ଠାକରେଙ୍କୁ ପାର୍ଟିକୁ ସମର୍ଥନ ଦେବାପାଇଁ କହିଛନ୍ତି ଏବଂ ଶିବ ସେନା ସରକାରକୁ ନିଜର ସମର୍ଥନ ଦେବାପାଇଁ ଘୋଷଣା କରିଛି।

Leave a Reply

Your email address will not be published. Required fields are marked *