ଜିଲ୍ଲା ପରିକ୍ରମା

ଅନାଥ ୪ପିଲାଙ୍କ ପାଠ ପଢିବାର ଇଛା ପୂରଣ କଲେ ଜିଲ୍ଲା ଶିଶୁମଙ୍ଗଳ କମିଟି

ମାଲକାନଗିରି, ୨୩ା୬ (ଓଡିଆ ପୁଅ ) ସଭ୍ୟଶିକ୍ଷିତ ସମାଜରେ ଅତ୍ୟାଧୁନିକତା ରେ ନିଜକୁ ମଜାଇ ଲୋକେ ମଣିଷ ପଣିଆ ଭୁଲିଯାଉଥିବା ବେଳେ ଅନାଥ ହୋଇଥିବା ୪ଜଣ ଆଦିବାସୀ ପିଲାଙ୍କ ପାଠପଢିବାର ଇଛାପୂରଣ ପାଇଁ ସେମାନଙ୍କ ବୃଦ୍ଧା ବୁଢିମା ମାନେ ସ୍ୱପ୍ନ ଦେଖୁଥିବା ବେଳେ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସହାୟତାର ହାତ ବଢାଇ ଦେଇଛି ଜିଲ୍ଲା ଶିଶୁ ସୁରକ୍ଷା ଓ ଶିଶୁ ମଙ୍ଗଳ କମିଟି। ମାଲାକନଗିରି ଜିଲ୍ଲା ମାରିୱାର୍ଡା ପଚାଂୟତସ୍ଥ ରାଖେଲଗୁଡା ଗ୍ରାମର ଦେବେନ୍ଦ୍ର ପଡିଆମି(୧୪), ମାଳତି ପଡିଆମି(୧୦), ନମିତା ପଡିଆମି(୯) ଏହି ତିନିଜଣ ଭାଇ ଭଉଣୀ କୋୟା ଆଦିବାସୀ ସଂପ୍ରଦାୟର। ସେମାନେ ଯେତେ ବେଳେ ଛୋଟ ଥିଲେ ତାଙ୍କର ବାପା ଲିଙ୍ଗାପଡିଆମି ମା ମୁକେପଡିଆମି ରୋଗରେ ପଡି ମରିଗଲେ। ବୁଢିମା ଓ୍ୟାଗେ ପଡିଆମି(୬୫) ଏହି ନାତି ନାତୁଣି ତନିଜଣଙ୍କୁ ବହୁକଷ୍ଟରେ କୁଲି ମଜୁରି ଲାଗି ବଢାଇକୁଡାଇ ରଖିଥିଲେ। ପାଠ ଦିଅକ୍ଷର ପଡି ବଡ ମଣିଷ କିପରି ହେବ ସେ ଦିନରାତି ଖଠି ତାଙ୍କୁ ଗାଁ ସ୍କୁଲରେ ପାଠ ପଢାଉଥିଲେ। ପରିଣତ ବୟସରେ ତିନୋଟି ପିଲାଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡୁଥିବାର ଦେଖି ଗାଁର କେହି ଜଣେ ଯୁବକ ଚାଇଲ୍ଟ ଲାଇନକୁ ଫୋନକରିଥିଲେ। ଫୋନ ପାଇ ମାଲକାନଗିରି ଚାଇଲ୍ଟ ଲାଇନ ସଂସ୍ଥାର କର୍ମଚାରି ମାନେ ସେଠାରେ ପହଁଚି ତିନିବାପା ମା ଛେଉଣ୍ଡ ଅନାଥ ଭାଇ ଭଉଣୀଙ୍କୁ ମାଲକାନଗିରି ଜିଲ୍ଲାଶିଶୁ ମଙ୍ଗଳ ସମତି ନିକଟରେ ହଜାର କରିଛନ୍ତି। ଠିକ ସେହିପରି ପୁଲିମେଡଟଲା ପଚାଂୟତ ଡୁଡାମେଟଲା ଗ୍ରାମର ଶୁକ୍ରୀ ପଡିଆମି(୮) ଙ୍କ ବାପା ବୀରପଡିଆମି ମା ମୁକେ ପଡିଆମି ଗୋଟିଏ ବର୍ଷରେ ରୋଗରେ ପଡି ମୃତ୍ୟୁବରଣକଲେ. ଶୁକ୍ରୀ କୁ ତାଙ୍କ ବୁଢି ମା ମୁକେ ପଡିଆମି(୬୭) ବହୁକଷ୍ଟରେ ବଚାଂଇ ରଖି ଗାଁ ସ୍କୁଲରେ ୨ୟ ଶ୍ରେଣୀ ରେ ପାଠପଢାଉଥିଲେ। ସେ କିପରି ଅଧିକ ପାଠ ପଢିବ ସେଥିପାଇଁ ତାର ବୁଢିମା ଚିନ୍ତିତ ହୋଇପଡିଲେ। ମା ବପା ତ ନାହିଁ ତାକୁ କିଏ ପାଠପଢାଇବ ସେକଥା ନେଇ ଚିନ୍ତିତ ଥିବା ବେଳେ ତାଙ୍କ ଗାଁର ଜଣେ ଯୁବକ ଏମାନଙ୍କ ଦୁଃଖ ଦେଖି ମାଲକାନଗିରି ର ଚାଇଲ୍ଟ ଲାଇନ ୧୦୯୮କୁ ଫୋନ କରିଥେଲେ, ଚାଇଲ୍ଟଲାଇନର ଚନ୍ଦ୍ରକାନ୍ତ ପଣ୍ଡା, ରିମା ମଜୁମଦାର ଉକ୍ତ ଗ୍ରାମରେ ପହଁଚିଥିଲେ।ସେଠାରେ ଶୁକ୍ରୀ ପଡିଆମି ଓ ତାର ବୁଢିମା ମୁକେ ପଡିଆମି ଙ୍କୁ ଭେଟି ମାଲକାନଗିରି କୁ ଧରିଆସିଥିଲେ। ଶୁକ୍ରୀ ପଡିଆମିକୁ ମାଲକାନଗିରି ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲେ। ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ସଂଯୁକ୍ତାପ୍ରଧାନ, ଶିଶୁସୁରକ୍ଷା ଲିଗାଲ ଅଫିସର ସତ୍ୟଜିତ ପଣ୍ଡା, ଶିଶୁମଙ୍ଗଳ କମିଟି ସଦସ୍ୟ ହରେଶଚନ୍ଦ୍ର ବେହେରା, କିଶୋରମହାରଣା ପ୍ରମୁଖ ଅଧିକାରୀ କାଉଁସିଲିଂ କରି ଶୁକ୍ରୀପଡିଆମି ଓ ଦେବେନ୍ଦ୍ର ପଡିଆମି, ମାଳତି ପଡିଆମି, ନମିତା ପଡିଆମି ଙ୍କୁ ଜିଲ୍ଲାପ୍ରଶାନ ପକ୍ଷରୁ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା ସହ କିପରି ଅଧିକ ପାଠପଢିବ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି। ଦେବେନ୍ଦ୍ର ପଡିଆମି କୁ କୋରକୁଣ୍ଡା ସ୍ଥ ନିଳାଚଳ ଆଦିବାସୀ ସେବାଶ୍ରମ ରେ ୩ୟ ଶ୍ରେଣୀରେ ନାମଲେଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ମାଳତି, ନମିତା, ସୁକ୍ରୀ ଙ୍କୁ ସୁକନ୍ୟା ଯୋଜରେ ସାମିଲ କରି ସେମାନଙ୍କ ପାଠପଢା ଦାଇତ୍ୱ ଜିଲ୍ଲାପ୍ରସାନ ନେବେ ବୋଲି ଜିଲ୍ଲାଶିଶୁ ମଙ୍ଗଳ ସମତି ପକ୍ଷରୁ ସୂଚନା ଦିଆ ଯାଇଛି। ଅନାଥ ଚାରି ପିଲାଙ୍କ ପାଠପଡି ବଡ ମଣିଷ ହେବାର ସ୍ୱପ୍ନ ଦେଖୁଥିବା ଦୁଇ ବୁଢିମା ଙ୍କର ଇଛାପୁରଣ କରିବା ପାଇଁ ଜିଲ୍ଲାଶିଶୁ ମଙ୍ଗଳ ସମତି ସହାୟତାର ହାତ ବଢାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top