ad
ଜିଲ୍ଲା ପରିକ୍ରମା

ଅନାଥ ଆଦିବାସୀ ରୋଗଗସ୍ତ ଛାତ୍ରକୁ ସହାୟତାର ହାତ ବଢାଇଲା ଜିଲ୍ଲା ଶିଶୁସୁରକ୍ଷା ବିଭାଗ

ମାଲକାନଗିରି, ୧୨ା୫ (ଓଡିଆ ପୁଅ ) ଗରିବ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲାକନଗିରି ଜିଲ୍ଲାର ଜଣେ ଆଦିବାସୀ ଛାତ୍ର ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିୁଲେବି କାହାର ନଜର ନାହିଁ। ମାଲକାନଗିରି ବ୍ଲକସ୍ଥ ଦାନିଗୁଡାଗ୍ରାମର ଭିମାମାଡକାମି ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ତାଙ୍କର ପତ୍ନି ଏରା ମାଡକାମି ଜଣେ ଟିବି ରୋଗୀ କୁଲିବୃତି କରି ଭିମା ସ୍ତ୍ରୀକୁ ଚିକିତ୍ସା କରିବାସହିତ ପୁଅ ରବିନ୍ଦ୍ରମାଡକାମି ଙ୍କୁ ରୋଷିମାଳ ସ୍କୁଲ ହଷ୍ଟେଲରେ ରଖି ପାଠ ପଡାଉଥିଲେ।ତୃତୀୟ ଶ୍ରେଣୀରେ ପଢୁଥିବାସମୟରେ ଗତ ଦେଢବର୍ଷତଳେ ରବିନ୍ଦ୍ର ସ୍କୁଲରେ ଖେଳୁଥିବା ସମୟରେ ଏକ କାଠଗଣ୍ଡି ଉପରେ ପଡିଯାଇ ଗୋଡର ପାଦ ଭାଙ୍ଗି ଯାଇଥିଲା, ଶିକ୍ଷକ ମାନେ ତାକୁ ମେଡିକାଲରେ ପ୍ରଥାମିକ ଚିକିତ୍ସାକରି ତାଙ୍କ ଘରକୁ ପଠାଇ ଦେଇଥିଲେ। ରବିନ୍ଦ୍ର ଙ୍କ ବାପା ଜଣେ ମୂର୍ଛାରୋଗୀ ସେ ଗତ ଦେଢବର୍ଷ ତଳେ ଏକ ଗାଁକୁ ଯାଇ ରାତ୍ରରେ ଫେରୁଥିବାସମୟରେ ରାସ୍ତାରେ ମୂର୍ଚ୍ଚାରୋଗ ବାହାରିବାରୁ ଏକ ଜମିରେ ପଡି ତାଙ୍କର ମୃତ୍ୟୁଘଟିଥିଲା। ଗୋଟିଏ ପଟେ ସ୍ୱାମୀଙ୍କୁ ହରାଇ ଅନ୍ୟପଟେ ବାପଛେଉଣ୍ଡ ରବିନ୍ଦ୍ରର ଗୋଡ ପଚି ଧିରେ ଧିରେ ସରୁହେବା ଘଟଣାରେ ବିଚରା ବିଧବା ଏରା ମାଡକାମି ନିସହାୟ ହୋଇ ଅର୍ଥଅଭାବରୁ ଚିକିତ୍ସା କରିନପାରି କର୍ମକୁ ଆଦରି ଘରେ ପୁଅକୁ ପକାଇ ରଖିଥିଲେ। ରିବନ୍ଦ୍ରର ଗୋଡ ସରୁହୋଇ ପଚି ଗନ୍ଧାଇବାରୁ ଗାଁର କିଛି ଯୁବକ ୧୦୯୮ କୁ ଫୋନ କରି ଜଣାଇଥିଲେ। ଫୋନ କଲପାଇ ମାଲାକନଗିରି ଚାଇଲ୍ଟଲାଇନ ଜିଲ୍ଲାସଂଯୋଜିକା ଚୁମୁକି ବେହେରା, ଟିମଲିଡିର ସୁକନ୍ତି ବିଶ୍ୱାଳ, ସଭ୍ୟା ମମତା ମିଶ୍ର ଦାନିଗୁଡାରେ ପହଁଚି ରୋଗଗସ୍ତ ରବିନ୍ଦ୍ରକୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ଶିଶୁସୁରକ୍ଷା କାର୍ଯ୍ୟାଳୟରେ ହାଜର କରିଥିଲେ। ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ନରାୟଣଦାସ ଓ ଜିଲ୍ଲାଶିଶୁ ମଙ୍ଗଳ ସମତି ଅଧ୍ୟକ୍ଷା ସଂଯୁକ୍ତାପ୍ରଧାନ ରବିନ୍ଦ୍ର କୁ କାଉଁସିଲିଂ କରି ଜାଣିଲେ ପିଲାଟି ଗରିବ ବାପାଛେଉଣ୍ଡ, ମା ଜଣେ ଟିବି ରୋଗୀ।ସଙ୍ଗେ ସଙ୍ଗେ ରବିନ୍ଦ୍ରକୁ ମାଲକାନଗିରି ଜିଲ୍ଲାହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଦେଇଥିଲେ। ରବିନ୍ଦ୍ରର ଗୋଡଟି ପଚି ହାଡସଂକ୍ରମିତ ହୋଇଯାଇଥିବାରୁ ଗୋଡଟିକୁ କଟାଯିବ, ଏହା ମାଲକାନଗିରି ଜିଲ୍ଲା ହସପିଟାଲରେ ସମ୍ଭବ ହେଉନଥିବାରୁ ତାକୁ ବ୍ରହ୍ମପୁର ହସପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ଚିକିତ୍ସା କରୁଥିବା ଡାକ୍ତର ସପନକୁମା ଧିଣ୍ଡା ପରାମର୍ଶ ଦେଇଛନ୍ତି। ଟିବି ରୋଗଗସ୍ତ ବିଧବା ଏରା ମାଡକାମି ଅତ୍ୟନ୍ତ ଗରିବ ଆଦିବାସୀ ମହିଳା ଅର୍ଥକେଉଁଠାରୁ ପାଇବେ ଯେ ବ୍ରହ୍ମପୁର ହସପିଟାଲକୁ ନେଇ ପୁଅକୁ ଚିକିତ୍ସା କରିବେ ତେଣୁ ତାର ସମସ୍ଥ ଚିକିତ୍ସା ବ୍ୟବସ୍ଥା ମାଗଣାରେ କରିବା ପାଇଁ ଜିଲ୍ଲାମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାଶିଶୁ ଶୁରକ୍ଷା ଅଧିକାରୀ ଏକ ଚିଠି ଲେଖି ଥିବାର ଜଣାପଡିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top