ଅନନ୍ତ ବିହାର ଯୁବକ ସଂଘ ପକ୍ଷରୁ ବୋଲବୋମ ଉତ୍ସବ ପାଳିତ

ତାଳଚେର, ୨୭/୮(ଓଡ଼ିଆ ପୁଅ/ଅଜିତ କୁୁମାର ବେହେରା: ତାଳଚେର ବ୍ଲକ ଘଂଟପଡ଼ା ପଂଚାୟତ ଅନ୍ତର୍ଗତ ଅନନ୍ତ ବିହାର ଯୁବକ ସଂଘ ପକ୍ଷରୁ ବୋଲବୋମ ଉତ୍ସବ ପାଳିତ ହୋଇଯାଇଛି। ସଂଘର ଯୁବ ସଦସ୍ୟମାନେ ପବିତ୍ର ଶ୍ରାବଣ ମାସକୁ ବିଧିବଦ୍ଧ ଭାବେ ପାଳନ କରିବାସହ ସୋମବାର ଦିନରେ ବିଭିନ୍ନ ଶୈବପୀଠରେ ଜଳାଭିଷେକ କରିଥିଲେ। ଗତ ରବିବାର ପୂର୍ଣ୍ଣମୀ ତିଥିରେ ଭୋର ସମୟରେ ସଂଘର ଦୀପକ, ଅସିତ୍, ପ୍ରମିତ, ବାପି, ବିଶ୍ୱଜିତ, ପଙ୍କଜ, ପପୁ, ଜଗା, ଡିଜେ ବାପି, ମୁନା, କାହ୍ନୁଙ୍କ ସମେତ ୩୦ଜଣରୁ ଉର୍ଦ୍ଧ୍ୱ ଗୈାରିକ ବସ୍ତ୍ରଧାରୀ କାଉଡ଼ିଆମାନେ ତାଳଚେର ରାଜବାଟୀସ୍ଥିତ ବ୍ରାହ୍ମଣୀ ନଦୀରେ ସ୍ନାନ ପୂର୍ବକ ଘାଟରୁ ଜଳ ଆଣି ଶିବ ଲିଙ୍ଗ ପ୍ରତିମୂର୍ତ୍ତୀକୁ ଏକ ସୁସଜ୍ଜିତ ତୋରଣରେ ଏକ ଶୋଭାଯାତ୍ରାରେ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରି ଜଟିଆ ବାବା ପାର କରେଗା ନାରା ଦେଇ କଲୋନୀ ପରିକ୍ରମା କରିଥିଲେ। ଏହାପରେ ଭକ୍ତଗଣ କଲୋନୀସ୍ଥିତ ଅନନ୍ତେଶ୍ୱରାୟ ଶିବ ମନ୍ଦିରରେ ଜଳାଭିଷେକ କରିଥିଲେ। ଏହି ଅବସରରେ କଲୋନୀବାସୀଙ୍କ ତରଫରୁ ସମସ୍ତ ବୋଲବମ୍ ଭକ୍ତଙ୍କୁ ପଣା ବଂଟନ କରାଯାଇଥିଲା। ସର୍ବଶେଷରେ ସମସ୍ତ ଭକ୍ତଙ୍କୁ ସଂଘ ତରଫରୁ କଲୋନୀ ବାସିନ୍ଦାଙ୍କୁ ଅନ୍ନପ୍ରସାଦ ବଂଟନ କରାଯାଇଥିଲା।

 

Leave a Reply

Your email address will not be published. Required fields are marked *